ଜଙ୍ଗଲରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ରହସ୍ୟ ଘେରରେ, ହତ୍ୟା ସନ୍ଦେହ

ଜଙ୍ଗଲରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ରହସ୍ୟ ଘେରରେ, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲାରମ୍ଭା ପୁଲିସ ଅଧିନରେ ଥିବା ଚିତିକମଳ ଗାଁ ନିକଟରେ ଥିବା ଜଙ୍ଗଲରୁ ସୋମବାର ଏକ ବିବାହିତ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତ୍ତିଙ୍କ ନାମ ଚିନ୍ତମଣି ବରିହା ଓ ରୋହିଣୀ ବରିହା ବୋଲି ଜଣାପଡ଼ିଛି। ଦୁହିଁଙ୍କ ଶବକୁ ଏକ ବସ୍ତାରେ ବନ୍ଧା ଥିବା ଅବସ୍ଥାରେ ପୁଲିସ ଜବତ କରିଛି। ବଲାଙ୍ଗୀର ଏସ୍‌ପିଙ୍କ ସମେତ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଦମ୍ପତ୍ତିଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା। ତେବେ ଦୁହିଁଙ୍କୁ କିଛି ଗ୍ରାମବାସୀ ଗୁଣିଗାରେଡି ଅଭ୍ୟାସ କରିବା କାରଣରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପ୍ରକାଶିତ ଖବର ମୁତାବକ, କିଛିଦିନ ତଳେ ଗ୍ରାମବାସୀ ମାରପିଟ କରୁଥିବା ନେଇ ଚିନ୍ତାମଣି ଲାରମ୍ଭା ପୁଲିସରେ ଅଭିଯୋଗ କରିଥିଲା। ଗ୍ରାମରେ ବସବାସ କରୁଥିବା ଏକ ଶିଶୁର କିଛିଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ଗୁଣିଗାରେଡି କରି ଚିନ୍ତାମଣି ଶିଶୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ତେଣୁ ଏହି ମାମଲାକୁ ନେଇ ଗ୍ରାମବାସୀ ଓ ଚିନ୍ତାମଣିଙ୍କ ମଧ୍ୟରେ ବିବାଦ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe