ଅମାନବୀୟ :ପ୍ରେମୀ ଯୁଗଳଙ୍କୁ ଜଙ୍ଗଲରେ ଉଲଗ୍ନ କରି ଭିଡିଓ ଭାଇରାଲ କଲେ

Advertisment
ଅମାନବୀୟ :ପ୍ରେମୀ ଯୁଗଳଙ୍କୁ ଜଙ୍ଗଲରେ ଉଲଗ୍ନ କରି ଭିଡିଓ ଭାଇରାଲ କଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ କି  ପ୍ରେମୀ ଯୁଗଳଙ୍କୁ ଜଙ୍ଗଲ ଭିତରେ ଅର୍ଧ ଉଲଗ୍ନ ଅବସ୍ଥାରେ କିଛି ଯୁବକ ଦେଖି ତାଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ସେମାନଙ୍କର ପରିଚୟ ପଚାରିବା ସହ ଏଠାରେ କ’ଣ କରୁଛ ବୋଲି ପଚାରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ।

ଯୁବତୀଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ଅତ୍ୟାଚାର କରିଥିଲେ। ଯୁବତୀ ଓ ଯୁବକଙ୍କୁ ଟଣାଓଟରା କରିବା ସହ ଟଙ୍କା ମାଗିଥିଲେ। ଯୁବକ ଯୁବତୀମାନେ ଯେତେ କାକୁତି ମୀନତି ହୋଇ ଗୋଡ ଧରିଲେ ମଧ୍ୟ ଶୁଣି ନଥିଲେ ଯୁବକମାନେ। ତାଙ୍କର ଭିଡିଓ ଉତ୍ତୋଳନ କରି ବହୁ ସମୟ ଧରି ମଜା ନେଇଥିଲେ ଏହି ଯୁବକମାନେ। ଶେଷରେ ଏହି ଭିଡିଓକୁ ଭାଇରାଲ ମଧ୍ୟ କଲେ।ଏ ହି ଭିଡିଓରେ ଯୁବକମାନେ ଆଦିବାସୀ ଭାଷାରେ କଥା ହେଉଥିବା ବେଳେ ଏନେଇ ମାଲକାନଗିରି ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ପୁଲିସ ଭାଇରାଲ ଭିଡିଓକୁ ଦେଖିବା ପରେ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହି ଭିଡିଓଟି ପଦ୍ମଗିରି ଅଂଚଳର ବୋଲି ପୁଲିସ ଜାଣିବାକୁ ପାଇ ଅଧିକା ତଦନ୍ତ କରୁଛି।ତେବେ ଯୁବକମାନେ ପ୍ରେମୀ ଯୁଗଳଙ୍କୁ ଧରିବା ପରେ ସଂପୂର୍ଣ୍ଣ ଉଲଗ୍ନ କରି ଅତ୍ୟାଚାର କରିବା କେତେ ଯୁକ୍ତିଯୁକ୍ତ। ଆଇନକୁ ହାତକୁ ନେଇ ଯୁବକମାନେ ଅମାନବିକତା ଦେଖାଇଛନ୍ତି। ଯାହାକୁ ଭିଡିଓରେ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଏହି ଭିଡିଓ କେଉଁଠାର ତାହାର ତଦନ୍ତ କରୁଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe