ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଆଜୀବନ ଜେଲ୍‌

Advertisment
ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଆଜୀବନ ଜେଲ୍‌

ଚମ୍ପୁଆ: ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଳଗୋବିନ୍ଦ ବାରିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତଙ୍କ ୩ଟି ସ୍ତ୍ରୀ। ନାରାୟଣ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କମ୍ପାନିକୁ ମାଙ୍ଗାନିଜ ପରିବହନ କରୁଥିଲେ। ବ୍ୟବସାୟର ଲାଭ ଅର୍ଥ ବଣ୍ଟାକୁ କେନ୍ଦ୍ରକରି ୨୦୧୯ ମସିହା ସେପ୍ଟେମ୍ବର ୧ ତାରିଖରେ ନାରାୟଣ ଏବଂ ତାଙ୍କ ତୃତୀୟ ସ୍ତ୍ରୀର ପୁଅ ପୀତାମ୍ବରଙ୍କ ମଧ୍ୟରେ ବାମେବାରୀ ଥାନା ଅନ୍ତଗର୍ଗତ ନୟାଗଡ଼ସ୍ଥିତ କାର୍ଯ୍ୟାଳୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ଘରକୁ ଆସିଥିଲେ। ଘରେ ମଧ୍ୟ ବାପପୁଅଙ୍କ ଝଗଡ଼ା ହୋଇଥିଲା। ନାରାୟଣ, ତାଙ୍କ ପ୍ରଥମ ସ୍ତ୍ରୀ ମାଳତୀ ଏବଂ ଦ୍ବିତୀୟ ସ୍ତ୍ରୀର ପୁଅ ଗୌତମ ମିଶି ପୀତାମ୍ବରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୀତାମ୍ବର ତଳେ ପଡ଼ିଯିବା ପରେ ବାପା ନାରାୟଣ ତାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ।

ଘଟଣାର ପ୍ରତ୍ୟକ୍ଷଦର୍ଶୀ ପୀତାମ୍ବରଙ୍କ ଭାଉଜ ସୁଷମା ମହାନ୍ତଙ୍କ ଅଭିଯୋଗକ୍ରମେ ବାମେବାରୀ ପୁଲିସ କେସ୍‌ ନମ୍ବର ୧୧୩/୧୯ ଦଫା ୩୦୨, ୨୯୪ରେ ଏକ ମାମଲା ରୁଜୁ କରି ନାରାୟଣ, ମାଳତୀ ଏବଂ ଗୌତମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୁଷମାଙ୍କ ସମେତ ୨୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ନାରାୟଣ ଓ ସାବତ ମା’ ମାଳତୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସାବତ ଭାଇ ଗୌତମକୁ ଏକବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି। ସରକାରୀ ଓକିଲ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe