ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ନାବାଳକଙ୍କ ପରିବାର

Advertisment
ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତ ସାଗୁନଭାଡ଼ି-ବାଞ୍ଜିପଦର ନାଳା ନିକଟରୁ ରବିବାର ଏକ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସୋମବାର ନାବାଳକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ମୃତକ ଦ୍ୱୟଙ୍କ ବୟସ ୧୮ ବର୍ଷରୁ କମ୍‌ ହୋଇଥିବା ବେଳେ ସେମାନେ ସମ୍ପର୍କରେ କାକା ଓ ଝିଆରୀ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ପରିବାର ଲୋକ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଫଳରେ ଗତ ୩୦ ତାରିଖ ଘରୁ କୁଆଡ଼େ ଚାଲି ଯାଇଥିଲେ।

ରବିବାର ସାଗୁନଭାଡ଼ି -ବାଞ୍ଜିପଦର ନାଳା ନିକଟରୁ ଦୁର୍ଗନ୍ଧ ଆସୁଥିବା ବେଳେ ଲୋକେ ୨ଟି ଗଳିତ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ନାବାଳକଙ୍କ ଶରୀର ପୋଡ଼ିଯାଇଥିବା ଏବଂ ନାବାଳିକାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଉଭୟଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାରଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe