Sambad
ମାଲକାନଗିରି: ମାଲକାନଗିରି ଜଲ୍ଲା ଅନ୍ତର୍ଗତ ଏମ୍ଭି-୭୯ ଠାରେ ଦେଓ୍ୱାନୀ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍. ମୁରଲୀଧର ବିରଚୁଆଲ ମାଧ୍ୟମରେ ଉଦଘାଟିତ କରିଥିଲେ। ଏହି କୋର୍ଟ ହେବା ଫଳରେ ଏହି ଅଂଚଳର ଛୋଟ ବଡ ଘଟଣାର ସମାଧାନ ଏହି କୋର୍ଟରେ ତୁରନ୍ତ ହେବ ବୋଲି କୁହାଯାଇଛି। ଏହି କୋର୍ଟ ପୂର୍ବରୁ ମାଲକାନଗିରିରେ ଚାଲୁଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଚାରପତି ସଂଗ୍ରାମ କୁମାର ସାହୁ, ଜିଲ୍ଲା ଜଜ ରୋହିତଲାଲ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ମହଲତ ସା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ବ ରଂଜନ ବେହେଲା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ, ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ, ଜେଏମ୍ଏଫସି, ମୋଟୁ ଗୌରୀ ଶଂକର ପଣ୍ଡା, କୋର୍ଟ ପରିଚାଳକ ପ୍ରଣବ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଏସ୍ପି ରିଶିକେଷ ଖିଲାରୀ, ଜିଲ୍ଲା ବାର ଆସୋସିଏସନ ସଭାପତି ପ୍ରଭାକର ପ୍ରଧାନ, ଉପସଭାପତି ମାନସ ସ୍ବାଇଁ, ସଂପାଦକ ପ୍ରକାଶ ମହାନ୍ତି, ସହ ସଂପାଦକ ହିରୋଜ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭୋବତୋଷ ବିଶ୍ବାସ, ବିଜୟ ମହାନ୍ତି, କୈଳାଶ ପଟନାୟକ, ଲମ୍ବୋଦର ତୁର୍କୁ, ବିପ୍ଲବ ଦତ୍ତ, ନୃସିଂହ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Follow Us