କରୋନା କଟକଣା ମଧ୍ୟରେ ଚୈତ୍ରପର୍ବ ପାଳନ ଦାବି, କରୋନା ପାଇଁ ମାର୍ଗଦର୍ଶିକା ଜାରି

Advertisment

ନିଷ୍ପତିର ପୁର୍ନବିଚାର ନେଇ ଜିଲ୍ଲାପାଳଙ୍କ ନିକଟରେ ମୟୂରଭଞ୍ଜ ଛଉକଳାକାର ସଂଘର ଦାବି

ନିଷ୍ପତିର ପୁର୍ନବିଚାର ନେଇ ଜିଲ୍ଲାପାଳଙ୍କ ନିକଟରେ ମୟୂରଭଞ୍ଜ ଛଉକଳାକାର ସଂଘର ଦାବି

କରୋନା କଟକଣା ମଧ୍ୟରେ ଚୈତ୍ରପର୍ବ ପାଳନ ଦାବି, କରୋନା ପାଇଁ ମାର୍ଗଦର୍ଶିକା ଜାରି

ବାରିପଦା: ମୟୂରଭଂଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଉଛି। ରାଜ୍ୟରେ ମଧ୍ୟ ଏକାଧିକ ଯାତ୍ରା, ପର୍ବକୁ ଅନୁମତି ପ୍ରଦାନ କରାଯାଇଛି। ମାତ୍ର ମୟୂରଭଞ୍ଜର ପରିଚୟ ବୋଲାଉଥିବା ଚୈତ୍ର ପର୍ବ ପାଳନକୁ କିନ୍ତୁ ବାରଣ କରାଯାଇଛି। ଯାହା ହଜାର ହଜାର ଛଉ ପ୍ରେମୀ ଏବଂ କଳାକାରଙ୍କୁ ହତାଶ କରିଛି। ତେଣୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଜିଲ୍ଲାରେ ଚୈତ୍ରପର୍ବ ପାଳନନେଇ ବାରଣ କରିଥିବା ନିଷ୍ପତିର ପୁର୍ନବିଚାର କରାଯାଉ ବୋଲି ଦାବି ଉଠିଛି।

କରୋନା କଟକଣା ମଧ୍ୟରେ ଚୈତ୍ରପର୍ବ ପାଳନ କରାଯିବା ନିମନ୍ତେ ମୟୂରଭଞ୍ଜ ଛଉ କଳାକାର ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କଠାରେ ଦାବି କରାଯାଇଛି । ମହାନ କଳା ଛଉ ନୃତ୍ୟ, ଝୁମର ଏବଂ ଶିମିଳିପାଳ ଜାତୀୟ ଉଦ୍ୟାନକୁ ମୟୂରଭଞ୍ଜର ପରିଚୟ ଭାବେ ପରିଗଣିତ କରାଯାଇଥାଏ। ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ସମୟରୁ ଜିଲ୍ଲାରେ ହର୍ଷ ଉଲ୍ଲାସର ସହିତ ଚୈତ୍ରପର୍ବ ପାଳନ କରାଯାଇଆସୁଛି। ଏହା ସହିତ ଜିଲ୍ଲାବାସୀଙ୍କ ଧାର୍ମୀକ ଏବଂ ମାର୍ମିକ ଭାବନା ଯୋଡ଼ି ହୋଇ ରହିଛି। ତେଣୁ ଏହି ପର୍ବ କ୍ରମାଗତ ଦୁଇ ବର୍ଷ ପାଇଁ ବନ୍ଦ ରହିବା ସମସ୍ତଙ୍କ ପାଇଁ ବେଦନାଦାୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଗତବର୍ଷ କରୋନା କଟକଣା କାରଣରୁ ଏହି ପର୍ବ ପାଳନ ହୋଇନଥିଲା। ତେବେ ଚଳିତ ବର୍ଷ କରୋନାର ପ୍ରକୋପ ପ୍ରଶମିତ ହୋଇଥିବାରୁ ଏହି ପର୍ବ ପାଳନ ନେଇ ପ୍ରଶାସନ ଅନୁମତି ଦେଉ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟଯେ ଚଳିତ ମାସ ପହିଲାରେ ଏହି ପର୍ବ ପାଳନ ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବ ପାଳନକୁ ବାରଣ କରାଯାଇଛି।

କେବଳ ପରମ୍ପରା ବଜାୟ ରଖିବାକୁ ରୀତି ନୀତି ଅନୁସାରେ ଭକ୍ତ ପର୍ବ ଆୟୋଜନ ନେଇ ଅନୁମତି ପ୍ରଦାନ କରାଯାଇଛି। ରାଜ୍ୟର ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀ ଯାତ୍ରା ସହିତ ଅନ୍ୟାନ୍ୟ ବିଭିନ୍ନ ଯାତ୍ରାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଚୈତ୍ରପର୍ବ ବନ୍ଦ ନିଷ୍ପତ୍ତିର ପୁର୍ନବିଚାର କରାଯାଉ ବୋଲି ଦାବି ହୋଇଛି।  ଛଉ କଳାକାର ସଂଘର ସଭାପତି ଲଡ଼ୁକେଶ୍ବର ରଣା, ସମ୍ପାଦକ ଶତ୍ରୁଘନ ପ୍ରଧାନ, ସହସମ୍ପାଦକ ଲୋକନାଥ ଦାସଙ୍କ ସମେତ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସଭାପତି କଳିଙ୍ଗକେଶରୀ ଜେନା ଓ ଅନେକ ଛଉ କଳାକାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe