ଟୁଇନ୍‌ ସିଟିରେ ମଣ୍ଡପରେ ଗଣେଶ ପୂଜା ମନା, ଟୁଇଟ୍ କରି ସୂଚନା ଦେଲା କମିସନରେଟ୍ ପୁଲିସ୍

Advertisment
ଟୁଇନ୍‌ ସିଟିରେ ମଣ୍ଡପରେ ଗଣେଶ ପୂଜା ମନା, ଟୁଇଟ୍ କରି ସୂଚନା ଦେଲା କମିସନରେଟ୍ ପୁଲିସ୍

ଭୁବନେଶ୍ୱର:  କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ ଧାର୍ମିକ ଜନସମାଗମ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମିସନ୍‌ରେଟ ପୁଲିସ ଭୁବନେଶ୍ବର ଓ କଟକରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି।  ଏହା ଫଳରେ ପୂଜା ମଣ୍ଡପମାନଙ୍କରେ ଗଣେଶ ପୂଜା ହୋଇପାରିବ ନାହିଁ । ଏପରିକି ମୁମ୍ବାଇରେ ପ୍ରତିବର୍ଷ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଗଣପତି ଉତ୍ସବ  ଚଳିତ ବର୍ଷ ଅନୁଷ୍ଠିତ ହେବନାହିଁ ବୋଲି କମିସନରେଟ୍ ପକ୍ଷରୁ କୁହାଯାଇଛି।

publive-image

ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଉଛି। ସଂକ୍ରମଣ ହ୍ରାସ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ପାଳନ କରିବାକୁ କମିସନ୍‌ରେଟ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଛି ।

Ganesh Chaturthi - Wikipedia

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe