ରାଉରକେଲା ସ୍ୱତନ୍ତ୍ର କାରାଗାରରେ କଏଦୀଙ୍କୁ କୋଭିଡ୍ ଟିକା

ରାଉରକେଲା ସ୍ୱତନ୍ତ୍ର କାରାଗାରରେ କଏଦୀଙ୍କୁ କୋଭିଡ୍ ଟିକା

ରାଉରକେଲା: ରାଉରକେଲା ସ୍ଵତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଏନେଇ ବୁଧବାର ଦିନ ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇଥିଲା। ଉଭୟ ୧୮-୪୪ ବର୍ଷ ବର୍ଗ ଏବଂ ୪୫ ପ୍ଲସ୍ ବର୍ଗର କଏଦୀଙ୍କୁ ଟିକା ଦିଆଯାଉଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ କାରାଗାରକୁ ଯାଇ ଟିକାକରଣର ସ୍ଥିତି ଅନୁଧ୍ୟାନ କରିଥିଲେ।

ଜେଲରେ ଥିବା ୪୬୧ ଜଣ କଏଦୀଙ୍କ ଭିତରୁ ୧୮-୪୪ ବର୍ଗରେ ୩୮୦ ଜଣ ଏବଂ ୪୫ରୁ ପ୍ଲସ୍ ବର୍ଗରେ ୮୧ ଜଣ କଏଦୀ ଅଛନ୍ତି। ସମସ୍ତ କଏଦୀଙ୍କୁ ଆଜି ଟିକା ଦିଆଯାଉଛି। ଟିକାଦାନ ପାଇଁ ଜେଲ୍ ପରିସରରେ ବିଶେଷ ବ୍ୟବସ୍ଥା କରାଯାଇଛି। କଏଦୀମାନେ କୋଭିଡ୍ ନିୟମ ପାଳନ କରି ଟିକା ନେଉଛନ୍ତି।

ଟିକାଦାନ ବେଳେ ସ୍ୱତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ଜେଲର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତେବାସୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ କାରାଗାରକୁ ବିଶୋଧନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe