ଆରମ୍ଭ ହେଲା ଶ୍ରାବଣ ସୋମବାର, ହରିଶଙ୍କରରେ ହେବ କାଉଡିଆଙ୍କ ଭିଡ

Advertisment

କରୋନା କଟକଣା ଯୋଗୁଁ ୨ ବର୍ଷ ହେଲା ବନ୍ଦ ଥିଲା ହରିଶଙ୍କର

କରୋନା କଟକଣା ଯୋଗୁଁ ୨ ବର୍ଷ ହେଲା ବନ୍ଦ ଥିଲା ହରିଶଙ୍କର

ଆରମ୍ଭ ହେଲା ଶ୍ରାବଣ ସୋମବାର, ହରିଶଙ୍କରରେ ହେବ କାଉଡିଆଙ୍କ ଭିଡ

Sambad

ପାଟଣାଗଡ଼: ବର୍ତ୍ତମାନ ଶ୍ରାବଣ ପ୍ରବେଶ କରି ସାରିଛି। ଏହି ସୋମବାର ଚଳିତ ବର୍ଷର ପ୍ରଥମ ଶ୍ରାବଣ ସୋମବାର। ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ହରିଶଙ୍କର ବନ୍ଦ ଥିବାରୁ ବୋଲବମ୍ ଭକ୍ତ ତଥା କାଉଡିଆ ମାନେ ଆସୁ ନ ଥିଲେ। ବର୍ତ୍ତମାନ କଟକଣା ହଟିବାରୁ ଚଳିତ ଶ୍ରାବଣ ମାସରେ କାଉଡିଆ ମାନଙ୍କ ଭିଡ ଦେଖିବାକୁ ମିଳିବ। ତେବେ ରାଜ୍ୟରେ କରୋନା ଗ୍ରାଫ ପୁଣି ବଢୁଥିବା ବେଳେ କୋଭିଡ ନିୟମ ପାଳନ କରିବାକୁ ନେଇ ଗୁରୁତ୍ତ୍ବାରୋପ ଦିଆଯିବ ବୋଲି ଜଣାପଡିଛି। ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କର ଏଠାକାର ପ୍ରସିଦ୍ଧ ଶୈବ ପୀଠ। ପ୍ରତିଦିନ ହରିଶଙ୍କରକୁ ସହସ୍ରାଧିକ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ ରହିଥାଏ।

ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ହରିଶଙ୍କର ଖାଁଖାଁ ଲାଗୁଥିଲା। ହେଲେ ବର୍ତ୍ତମାନ କରୋନା କଟକଣା ଆଉ ନାହିଁ। ଫଳରେ କିଛି ମାସ ହେଲା ହରିଶଙ୍କରରେ ପୂର୍ବ ଭଳି ଭିଡ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ଚଳିତ ବର୍ଷର ଶ୍ରାବଣ ମାସ ପଶିଛି। ଏହି ସୋମବାର ଶ୍ରାବଣର ପ୍ରଥମ ସୋମବାର। ତେଣୁ ୨ ବର୍ଷ ପରେ ଏଠାରେ ଶୈବ ଭକ୍ତ ତଥା କାଉଡିଆ ମାନଙ୍କ ପ୍ରବଳ ସମାଗମ ହେବାକୁଥିବା ଜଣାପଡିଛି। ଏବେ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ହରିଶଙ୍କରକୁ କାଉଡିଆ ମାନଙ୍କ ଆଗମନ ଆରମ୍ଭ ହୋଇଛି। ପରେ ପରେ ଆହୁରି ଭିଡ ହେବ ବୋଲି ଜଣାପଡିଛି। ଭଗବାନ ହରିଶଙ୍କରଙ୍କ ଦର୍ଶନ କରିବା ପାଇଁ ଯେପରି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ରହିଥାଏ, ଠିକ ସେହିଭଳି ଶ୍ରାବଣ ମାସରେ ଶୈବ ଭକ୍ତ ମାନଙ୍କ ସମେତ ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ କାଉଡିଆ ମାନଙ୍କ ମଧ୍ୟ ପ୍ରବଳ ଭିଡ ରହିଥାଏ।

publive-image Sambad

୨ ବର୍ଷ ପରେ ଏ ଅଞ୍ଚଳ ତଥା ହରିଶଙ୍କରରେ କାଉଡିଆ ମାନଙ୍କ ବୋଲବମ୍ ପାର କରେଗା ଧ୍ବନୀ ଶୁଣିବାକୁ ମିଳିବ। ଶ୍ରାବଣ ମାସରେ ପ୍ରତିଦିନ ସହସ୍ରାଧିକ କାଉଡିଆଙ୍କ ଭିଡ ରହୁଥିବା ବେଳେ ଶ୍ରାବଣ ମାସର ଶନିବାର, ରବିବାର ଓ ସୋମବାରରେ ପ୍ରବଳ ଭିଡ ଲାଗି ରହିଥାଏ। ଏଥର କାଉଡିଆ ମାନଙ୍କ ପ୍ରବଳ ଭିଡ ରହିବାକୁ ଥିବା ପୂର୍ବାନୁମାନ କରା ଯାଉଛି। ଏଥି ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ତଥା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ଉପଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କୁ ପଚରାଯିବାରୁ ସେ ଚଳିତ ଶ୍ରାବଣ ମାସରେ କାଉଡିଆ ମାନଙ୍କ ଭିଡକୁ ଦ୍ରୁଷ୍ଟିରେ ରଖି ପୁଲିସ ମୁତୟନ କରାଯିବା ପାଇଁ ନିର୍ଦେଶ ଦିଆ ଯାଇଛି, ହରିଶଙ୍କରରେ କାଉଡିଆ ମାନଙ୍କ ଯେପରି ଅସୁବିଧା ନ ହୁଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆ ଯାଉଛି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କାଉଡିଆ ଓ ଶ୍ରଦ୍ଧାଳୁ ମାନଙ୍କୁ ସରକାରଙ୍କ କୋଭିଡ ନିୟମ ମାନି ଚଳିବା ପାଇଁ ଅନୁରୋଧ କରା ଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe