ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ,କୋଭିଡ଼ ନିୟମ କଡାକଡି ପାଳନ ନେଇ ବ୍ୟବସାୟୀଙ୍କୁ ତାଗିଦ

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ,କୋଭିଡ଼ ନିୟମ କଡାକଡି ପାଳନ ନେଇ ବ୍ୟବସାୟୀଙ୍କୁ ତାଗିଦ

ଭଞ୍ଜନଗର: ଦୁର୍ଗାପୂଜା ପାଇଁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେ୍ଳେ ଦଶହରା ବଜାରରେ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ କୋଭିଡ ନିୟମକୁ ଗୁରୁତ୍ବ ଦେଉ ନଥିବା ଦେଖିବାକୁ ମିଳୁଛି। ପ୍ରଶାସନ ମଧ୍ୟ କୋଭିଡ ନିୟମ କଡାକଡି ପାଳନ ହେବା ନେଇ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଜନସାଧାରଣ ଓ ବ୍ୟବସାୟୀ କୋଭିଡ ଗାଇଡଲାଇନ ଓ ପଞ୍ଚସୂତ୍ରୀ ନିୟମକୁ ପାଳନ କରୁ ନଥିବା ଦେଖିବାକୁ ମିଳିଥିଲା । ଏସଂର୍ପକରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଆଜି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଆଲୋକ ପ୍ରଧାନ ଏବଂ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବୁଲି ବ୍ୟବସାୟୀମାନଙ୍କୁ ତାଗିଦ କରିବା ସହ ଲୋକମାନଙ୍କୁ କୋଭିଡ ନିୟମ ପାଳନ କରି ଜିନିଷ କିଣିବା ପାଇଁ କହିଥିଲେ।

ଏଥିସହ ଭିଡ ଥିବା କିଛି ଦୋକାନକୁ ବନ୍ଦ କରିଦେଇଥିଲେ। ପଞ୍ଚସୂତ୍ରୀ ନିୟମ ଦୋକାନରେ ପାଳନ ହେଉ ନଥିବାରୁ ଦୋକାନ ସାମ୍ନାରେ ବ୍ୟାରିକେଟ୍ କରିବା ସହ ଗ୍ରାହକମାନଙ୍କ ଠାରୁ ଦୂରତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିନରେ ବହୁ ଥର ପ୍ରଶାସନିକ ଅଧିକାରୀମାନେ ଦୋକାନକୁ ଦୋକାନ ବୁଲି କୋଭିଡ ନିୟମ ପାଳନ କରିବା ନେଇ କହିଥିଲେ। ଯଦି ଏହାପରେ ମଧ୍ୟ କେହି ନିୟମ ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe