ହସ୍ପିଟାଲ ଛାଡ଼ୁଛନ୍ତି କରୋନା ସୁସ୍ଥ, ୧୦୭୦ ଶଯ୍ୟାରୁ ଖାଲି ହେଲାଣି ୯୫୦

ହସ୍ପିଟାଲ ଛାଡ଼ୁଛନ୍ତି କରୋନା ସୁସ୍ଥ, ୧୦୭୦ ଶଯ୍ୟାରୁ ଖାଲି ହେଲାଣି ୯୫୦

ସୁନ୍ଦରଗଡ଼: କରୋନା ସଂକ୍ରମଣ ତଳକୁ ଖସି ଆସିଛି। ମାସାଧିକ ସମୟ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାର ସ୍ଥାନ ନେଇଥିବା ସୁନ୍ଦରଗଡ଼ରେ ସଂଖ୍ୟା ଦୁଇ ଅଙ୍କକୁ ଚାଲି ଆସିଛି। ଏସ୍ଥିତିରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀମାନେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍ ଡାକ୍ତରଖାନାରୁ ଚାପ କମିବାରେ ଲାଗିଛି।

ଜିଲ୍ଲାର ୫ଟି କୋଭିଡ୍ ଡାକ୍ତରଖାନାର ୧୦୭୦ ଶଯ୍ୟାରୁ ୯୪୭ ଖାଲି ହେଲାଣି। ଆଉ ମାତ୍ର ୧୨୦ଟି ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେନ୍ଦ୍ରରେ ୪୨୦ଟି ଶଯ୍ୟା ମଧ୍ୟରୁ ଏବେ ୩୭୬ ଶଯ୍ୟା ଖାଲି ହେଲାଣି। ରାଉରକେଲା ଜୟପ୍ରକାଶ ଡାକ୍ତରଖାନାରେ ୨ ଶହ ଶଯ୍ୟାରୁ ୧୭୮, ଶାନ୍ତି ମେମୋରିଆଲ ଡାକ୍ତରଖାନାରେ ୧୪୦ ଶଯ୍ୟାରୁ ୧୧୦ ଶଯ୍ୟା, ହାଇଟେକ୍ କୋଭିଡ୍ ଡାକ୍ତରଖାନା ୨୦୧ ଶଯ୍ୟାରୁ ୧୯୨ ଶଯ୍ୟା ଓ ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଶହେ ଶଯ୍ୟାରୁ ୯୪ଟି ଖାଲି ହେଲାଣି। ଆଗକୁ ଏ ସଂଖ୍ୟା ଖୁବ୍ ଶୀଘ୍ର ଶୂନକୁ ଚାଲି ଆସିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe