ମୟୂରଭଞ୍ଜରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ, କିମ୍ସ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ

Advertisment

କିସ୍ କ୍ୟାମ୍ପସରେ ୭ ଦିନ ମଧ୍ୟରେ ଆରମ୍ଭ ହେବ

କିସ୍ କ୍ୟାମ୍ପସରେ ୭ ଦିନ ମଧ୍ୟରେ ଆରମ୍ଭ ହେବ

ମୟୂରଭଞ୍ଜରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ, କିମ୍ସ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ

ବାରିପଦା: ମୟୂରଭଞ୍ଜରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ଆଜି କିମ୍ସ ହସ୍ପିଟାଲ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ରାଜ୍ୟସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ କିମ୍ସ ହସ୍ପିଟାଲ ସିଇଓଙ୍କ ମଧ୍ୟରେ ଏହି ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଆଗାମୀ ୭ ଦିନ ମଧ୍ୟରେ ସ୍ଥାନୀୟ ବାଙ୍କିଶୋଳସ୍ଥିତ କିସ୍ କ୍ୟାମ୍ପସରେ ଏହି ହସ୍ପିଟାଲ କାର୍ଯ୍ୟକାରୀ ହେବାନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତ ଏବଂ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା କରାଯିବ। ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଏଡିଏମ୍(ରାଜସ୍ବ) ବିବେକାନନ୍ଦ ସାହୁ, ସିଡିଏମ୍ଓ ଡ. ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ରାଇରଙ୍ଗପୁରରେ ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲାପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe