Representative image
ଫୁଲବାଣୀ: କରୋନା ମୁକାବିଲା ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ଲକ୍ ଡାଉନ ନିୟମ କଡାକଡି ପାଳନ କରାଯାଉଥିବା ବେଳେ ପୁଲିସ ଅମାନିଆଙ୍କୁ ସାବାଡ କରୁଛି। କରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର ବି ରଖାଯାଉଛି। ଆଜି ସୁଦ୍ଧା ଜିଲ୍ଲାକୁ ବିଦେଶରୁ ୧୨ ଜଣ ଆସି ହେମ କୋରେଣ୍ଟାଇନରେ ଥିବା ବେଳେ ୬ ଜଣଙ୍କର ଅବଧି ଶେଷ ହୋଇଛି। ଜିଲ୍ଲାକୁ ବାହାର ରାଜ୍ୟରୁ ୬ହଜାର ୭୨୮ ଜଣ ଆସିଛନ୍ତି। ସେଥି ମଧ୍ୟରୁ ଏବେ ସୁଦ୍ଧା ୫ହଜାର ୯୩୮ ଜଣ ହୋମ କୋରେଣ୍ଟାଇନରେ ଅଛନ୍ତି।
ଆଜି ସୁଦ୍ଧା ଜିଲ୍ଲାରୁ ସମୁଦାୟ ୫୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଭୁବନେଶ୍ବର ଯାଇଛି। ସେଥି ମଧ୍ୟରୁ ୧୬ଟି ରିପୋର୍ଟ ଆସିଛି। ଆସିଥିବା ରିାପୋର୍ଟ ସବୁ ନିଗେଟିଭ୍ ରହିଛି। ୨ ସପ୍ତାହ ପରେ ବି ବାକି ୩୬ଟି ରକ୍ତ ନମୁନାର ରିପୋର୍ଟ ଆସି ନାହିଁ। ଏହାକୁ ଅପେକ୍ଷା କରାଯାଇଥିବା ବେଳେ ଆଉ କାହାର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇ ନଥିବା ଜଣାପଡିଛି।
ଏପଟେ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଏଏମ ତାଲିମ କେନ୍ଦ୍ର ୧୫୦ ଶଯ୍ୟା ଓ ୧୦ ଆଇସିୟୁ ସୁବିଧା କୋଭିଡ-୧୯ ହସପିଟାଲର ଶୁଭ ଉଦଘାଟନ ହେବାକୁ ଯାଉଛି। ଏଥି ନିମନ୍ତେ ସବୁ ପ୍ରକାର ପ୍ରସ୍ଚୁତି ଶେଷ ହୋଇଥିବା ବେଳେ ଏଥି ନିମନ୍ତେ କିମସ୍ ରୁ ଡାକ୍ତର ଓ କର୍ମଚାରୀ ଆସି ପହଞ୍ଚି ସାରିଲେଣି। ଆଜି ଅପରାହ୍ନରେ ଜିଲ୍ଲାପାଳ ଡା.ବୃନ୍ଦା ଡି, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଆଇଏଏସ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ଅନୁଧ୍ୟାନ କରିଛନ୍ତି। କନ୍ଧମାଳରେ କୋଭିଡ-୧୯ ଜିଲ୍ଲାସ୍ତରୀୟ ହସପିଟାଲ ନିମନ୍ତେ ଗତ ୩ ତାରିଖରେ କିମସ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଚୁକ୍ତନାମା ପତ୍ର ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ପତ୍ର ସ୍ବାକ୍ଷରିତ ହେବା ସମୟରେ କିମସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।
Follow Us