କରୋନା କାରୁଣ୍ୟ: ମା’ ୫ବର୍ଷ ତଳେ; ଏବେ ବାପା କରୋନାରେ ମୃତ, ପୁଅ-ଝିଅ ଅନାଥ

Advertisment
କରୋନା କାରୁଣ୍ୟ: ମା’ ୫ବର୍ଷ ତଳେ; ଏବେ ବାପା କରୋନାରେ ମୃତ, ପୁଅ-ଝିଅ ଅନାଥ

Sambad

ଜୟପୁର: କୋରନା ମହାମାରୀ ବହୁ ପରିବାରକୁ ଉଜାଡ଼ି ଦେଇଛି। କାହାର ବାପା, କାହାର ମାଁ, ସ୍ବାମୀ, ସ୍ତ୍ରୀ, ପୁଅ, ଝିଆ ଆଦିଙ୍କୁ ଛଡ଼ାଇ ନେଇଛି। ଏଭଳିକି ଘରର ମୁରବୀ ମାନଙ୍କୁ ନେଇ ଯିବା ପରେ ତାଙ୍କ ଉପରେ ଭରସା କରି ରହିଥିବା ପରିବାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏଭଳି ଏକ ଘଟଣା ଜୟପୁର ବ୍ଲକ ଅଂଚଳର ବାଙ୍କବିଜା ଗାଁରେ ହୋଇଛି। ଏହି ଗାଁର ସୁବାସ ପରଜା, ସ୍ତ୍ରୀ ଲକ୍ଷ୍ମୀ ପରଜା, ୭ବର୍ଷର ଝିଅ ବର୍ଷା ଓ ୫ବର୍ଷର ପୁଅ ଘାସିକୁ ନେଇ ଖୁସିରେ ରହୁଥିଲେ। ଗତ ୫ବର୍ଷ ତଳେ ଲକ୍ଷ୍ମୀଙ୍କର ଅଚନାକ ଭାବେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଏହି ଦୁଇ ପୁଅ ଝିଅଙ୍କୁ ଧରି ସୁବାସ ରହୁଥିଲେ। ତେବେ ଗତ ମେ’ ମାସରେ ସୁବାସ କରୋନାରେ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ଚିକିତ୍ସାଧୀନ ଥିବା ବେଳେ ଗତ ମାସ ୨୩ ତାରିଖ ଦିନ ସୁବାସଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଏହି ଦୁଇ ପୁଅ ଓ ଝିଅ ଅନାଥ ହୋଇ ଯାଇଛନ୍ତି। ଝିଅ ବର୍ଷାକୁ ଅଜା ଓ ଆଇ ଓ  ଘାସିକୁ ଜେଜେବାପା, ଜେଜେମା ନିଜ ନିଜ ନିକଟକୁ ନେଇ ରଖିଛନ୍ତି। ତେବେ ଏମାନଙ୍କର ବି ବୟସାଧିକ। ବାର୍ଦ୍ଧକ୍ୟ ଭତ୍ତାରେ କଷ୍ଠ ମଷ୍ଠେ ଚଳୁଛନ୍ତି। ଏହି ସ୍ଥିତିରେ ଏହି ୨ ଅନାଥ ପିଲାଙ୍କ ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାରେ ଯଦି ବାପା ଓ ମାଙ୍କର ମୃତ୍ୟୁ ହେଲେ, କିମ୍ବା ଅନାଥ ‌ହେଲେ ପିଏମ୍ କେରସ୍ ଫୋର ଚିଲଡ୍ରେନ୍ସ ଫଣ୍ଡରେ ଏଭଳି ଅନାଥ ପିଲାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଘୋଷଣା କରିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି  ଦେଇ ଏହି ଦୁଇ ଅନାଥଙ୍କୁ ବାଟ ଦେଖାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe