ରାୟଗଡ଼ାରେ ପହଞ୍ଚିଲା କୋଭିଡ଼୍ ସ୍ବାବ୍ ଟେଷ୍ଟିଂ ମେସିନ୍

Advertisment

ଦ୍ରୁତ ଗତିରେ ଚାଲିଛି ଇନଷ୍ଟାଲସେନ୍ କାମ, ମେ’ ୩୧ ରେ ଉଦଘାଟନ୍

ଦ୍ରୁତ ଗତିରେ ଚାଲିଛି ଇନଷ୍ଟାଲସେନ୍ କାମ, ମେ’ ୩୧ ରେ ଉଦଘାଟନ୍

ରାୟଗଡ଼ାରେ ପହଞ୍ଚିଲା କୋଭିଡ଼୍ ସ୍ବାବ୍ ଟେଷ୍ଟିଂ ମେସିନ୍

ରାୟଗଡ଼ା: ରାୟଗଡ଼ାରେ କୋଭିଡ଼୍ ସ୍ବାବ୍ ଟେଷ୍ଟିଂକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁମୋଦନ କରିବା ପରେ ପହଞ୍ଚିଛି ମେସିନ୍। ଦୁଇ ଜଣିଆ ବିଶେଷଜ୍ଞ ଦଳ ମେସିନ୍ ଇନଷ୍ଟାଲସେନ୍ କାମରେ ଲାଗିଥିବା ବେଳେ ମେ’ ୩୧ ସୁଦ୍ଧା ଏହାର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ।
ପ୍ରଥମେ ବାଇଓ ସେଫିଟ୍ କ୍ୟାବିନେଟ୍ ମେସିନ୍ ପହଞ୍ଚିବା ପରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଏକ ବିଶେଷଜ୍ଞ ଦଳ ଲାଗିଛନ୍ତି। ସେହିପରି ଗତକାଲି ସ୍ବାବ୍ ଟେଷ୍ଟିଂ ପାଇଁ ଆବଶ୍ୟକ ହେଉଥିବା ଆରଟିପିସିଆର୍ ମେସିନ୍ ପହଞ୍ଚିବା ପରେ ଗୋଆର ମଲବାଓ ଡାଇଗ୍ନୋସିସି୍ ପକ୍ଷରୁ ଦୁଇ ଜଣିଆ ବିଶେଷଜ୍ଞ ମାନସ କୁମାର ସାହୁ ଓ ସରଣାସୁ ଘୋଷ ମେସିନ୍ ଇନଷ୍ଟାଲସେନ୍ କାମରେ ଲାଗିଛନ୍ତି।

ସଂଧ୍ୟା ସୁଦ୍ଧା ଏହି କାମ ଶେଷ ହୋଇଛି। ବର୍ତ୍ତମାନ ଗୋଟିଏ ଟେଷ୍ଟିଂ ମେସିନ୍ ଆସିଥିବା ବେଳେ ଏହା ଦ୍ବାରା ପ୍ରତି ୮ ଘଣ୍ଟାରେ ୨୦ରୁ ୨୨ଟି ସ୍ବାବ ଟେଷ୍ଟିଂ ହୋଇପାରିବ। ପର୍ଯ୍ୟାୟକ୍ରମେ ଆଉ ମେସିନ୍ ଆସିବା ପରେ ଟେଷ୍ଟିଂ କ୍ଷମତା ବଢ଼ିବ। ନମୁନା ଟେଷ୍ଟିଂ ତାଲିମ୍ ପାଇଁ ଜଣେ ଡାକ୍ତର, ୨ ଜଣ ଲ୍ୟାବ୍ ଟେକ୍ନିସିଆନଙ୍କ ସମେତ ଜଣେ ମାଇକ୍ରୋବାଓଲୋଜିଷ୍ଟକୁ ଭୁବନେଶ୍ବର ପଠାଯାଇଛି। ଖୁବ୍ ଶୀଘ୍ର ତାଲିମ୍ ଶେଷ କରି ଏମାନେ ଫେରିବା ପରେ ମେ’ ୩୧ ଏହି ୟୁନିଟ୍ ଉଦଘାଟନ ହେବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆରଏମ୍ଆରସି ୟୁନିଟ୍ ପରିସରରେ କୋଭିଡ଼୍ ପରୀକ୍ଷଣ କେନ୍ଦ୍ରକୁ ସ୍ଥାପନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe