ସୁବର୍ଣ୍ଣପୁର: କରୋନା ଯୋଦ୍ଧାଙ୍କୁ ଖରାପ ବ୍ୟବହାର, ୧୫ ପରୀକ୍ଷା କିଟ୍‌ ଛଡ଼ାଇ ନେଲେ ଗ୍ରାମବାସୀ!

Advertisment
ସୁବର୍ଣ୍ଣପୁର: କରୋନା ଯୋଦ୍ଧାଙ୍କୁ ଖରାପ ବ୍ୟବହାର, ୧୫ ପରୀକ୍ଷା କିଟ୍‌ ଛଡ଼ାଇ ନେଲେ ଗ୍ରାମବାସୀ!

WebMD

ବୀରମହାରାଜପୁର: ସ୍ୱାବ୍‌ ନମୁନା ସଂଗ୍ରହ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖରାପ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି। ଗ୍ରାମବାସୀମାନେ କୋଭିଡ ଯୋଦ୍ଧାଙ୍କ ଠାରୁ ୧୫ଟି ପରୀକ୍ଷା କିଟ୍‌ ଛଡ଼ାଇ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସବୁର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅନଂଚଳରେ ଶୁକ୍ରବାର ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଟିକ୍ରାପଡା ଗ୍ରାମକୁ ସ୍ୱାବ ନମୁନା ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ଖରାପ୍‌ ବ୍ୟବହାର ପ୍ରଦର୍ଶନ କରିବାସହ ଗ୍ରାମବାସୀ ୧୫ ପରୀକ୍ଷା କିଟ୍‌ ଛଡ଼ାଇ ନେବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର। ଟିକ୍ରାପଡା ଗ୍ରାମରେ କୋରୋନାରେ କିଛି ଲୋକ ଆକ୍ରାନ୍ତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ବୀରମହାରାଜପୁର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିକ୍ରାପଡା ଗ୍ରାମକୁ ଯାଇ କରୋନା ଲକ୍ଷଣ ଥିବା ଲୋକମାନଙ୍କ ଠାରୁ ସ୍ୱାବ ନମୁନା ସଂଗ୍ରହ କରୁଥିବା ବେଳେ ଗ୍ରାମର କିଛି ଲୋକ ତୁମେ ଭୁଲ୍‌ ରିପୋର୍ଟ ଦେଇ ଆମକୁ ହଇରାଣ କରୁଛ କହି ଖରାପ ବ୍ୟବହାର ପ୍ରଦର୍ଶନ କରିବାସହ ୧୫ଟି କିଟ୍‌ ବଳପୂର୍ବକ ଛଡ଼ାଇ ନେଇଥିଲେ।

ଏହି ଅଂଚଳରେ ତିନି ଦିନ ହେଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଏଭଳି ଖରାପ ବ୍ୟବହାର ପ୍ରଦର୍ଶନ କରି ଶେଷରେ ରାପିଟ୍‌ ଆକ୍‌ସନ୍‌ କିଟ ଲୁଟି ନେବାରୁ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି। ଏସମ୍ପର୍କରେ ସୁବଳୟା ଡାକ୍ତରଖାନାର ଡାକ୍ତର ବିଶ୍ୱନାଥ ରଥ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ଟିକ୍ରାପଡା ଗ୍ରାମରେ କରୋନା ଚିହ୍ନଟ ହେବାପରେ ଗ୍ରାମବାସୀ ପ୍ରଶାସନକୁ ସହଯୋଗ କରୁନଥିବାରୁ ପରିସ୍ଥିତି କେତେବେଳେ ଅଣାୟତ୍ତ ହେବ କହିହେବ ନାହିଁ ବୋଲି ମଧ୍ୟ ସ୍ଥାନୀୟ ଅଚଂଳର ଲୋକେ ଆଶଙ୍କା କରୁଛନ୍ତି। ତେଣୁ ପ୍ରଶାସନ ଓ ଗ୍ରାମବାସୀ ମିଳିତ ଭାବରେ କାର୍ଯ୍ୟ କରି କରୋନା ସଂକ୍ରମଣରୁ କିପରି ରକ୍ଷା କରାଯାଇ ପାରିବ ତା ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe