କରୋନା ଲଢ଼େଇରେ ସାଜିଥିଲେ ପ୍ରମୁଖ ସାରଥୀ,କରୋନା ନେଇଗଲା ଜୀବନ

କନିଷ୍ଠ କିରାଣୀ ଅଜୟ ପ୍ରଧାନଙ୍କ ପରଲୋକ

କରୋନାର ହଟସ୍ପଟ୍‌ ଗଞ୍ଜାମ ଏବେ ନିୟନ୍ତ୍ରଣରେ, ତଥାପି ଭୟ ଟିଳିନି

jjchembros.com

ବାରିପଦା: ଜିଲ୍ଲାରେ ଚାଲିଥିବା କରୋନା ଲଢ଼େଇରେ ସେ ସାଜିଥିଲେ ଏକ ପ୍ରମୁଖ ଅଂଶ। କରୋନା ପ୍ରଭାବିତଙ୍କ ନିମନ୍ତେ ନିୟୋଜିତ ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ବରେ ରହି କରୁଥିଲେ କାର୍ଯ୍ୟ। ମାତ୍ର ସେହି କରୋନା ହିଁ ପ୍ରାଣ ନେଇଗଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ କନିଷ୍ଠ କିରାଣୀ ଅଜୟ ପ୍ରଧାନ(୪୫)ଙ୍କର ଆଜି କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଚଳିତ ମାସ ୧୯ରେ ସେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ। ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ୨୧ରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା।

publive-image

ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶ୍ରୀ ପ୍ରଧାନଙ୍କୁ ଜଣେ କରୋନା ଯୋଦ୍ଧାଭାବେ ଘୋଷଣା କରି ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟ ଫାର୍ମାସିଷ୍ଟ୍ ସଂଘ ପକ୍ଷରୁ ଦାବି ହୋଇଛି। ସୂଚନା ଥାଉ କି ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩,୮୦୮ରେ ପହଞ୍ଚିଛି । ସେହିପରି ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୬୦୬ ରହିଥିବା ବେଳେ ଆଜି ସୁଦ୍ଧା ୧୧୨ ଜଣ ସକ୍ରିୟ ଥାଇ ଚିକିତ୍ସିତ ହେଉଛନ୍ତି। ମାତ୍ର ସରକାରୀ ଭାବେ ଆଜି ସୁଦ୍ଧା ଜିଲ୍ଲାରୁ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe