ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨୦ରୁ ଊର୍ଧ୍ୱ ଗୋରୁ ଉଦ୍ଧାର

Advertisment
ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨୦ରୁ ଊର୍ଧ୍ୱ ଗୋରୁ  ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରରୁ ବାଲେଶ୍ୱର ଯାଉଥିବା ଏକ ବେଆଇନ୍‌ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଭଦ୍ରକ ଟାଉନ୍‌ ପୁଲିସ ଜବତ କରିଛି। ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ଉତ୍ତ୍ୟେକ୍ତ ଲୋକେ ଏହାକୁ ଅଟକାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ୍‌ ପୁଲିସ୍‌ ପହଞ୍ଚିଥିଲା। ଉତ୍ତ୍ୟେକ୍ତ ଲୋକମାନେ ପୁଲିସ ଉପସ୍ଥିତିରେ ଗାଡ଼ିଟିକୁ ଖୋଲି ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। ଏହି ପିକ୍‌ଅପ୍‌ ଭ୍ୟାନ୍‌ ଗାଡ଼ିଟିରେ ୨୦ରୁ ଊର୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଧାମନଗରରୁ ବାଲେଶ୍ୱର ଆଡକୁ ଯାଉଥିବା ଏହି ପିକ୍‌ଅପ୍‌ ଭ୍ୟାନ୍‌ ଗାଡ଼ି ଡ୍ରାଇଭର ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲା। ଟାଉନ୍‌ ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇବା ସହ ଉତ୍ତ୍ୟେକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe