ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ

Advertisment
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ

Sambad

ଜୟପୁର: ଦେଶରେ ପେଟ୍ରୋଲ ଡିଜେଲ ଦର ୧୦୦ ଟଙ୍କାରୁ ଉର୍ଦ୍ଧ୍ବ । ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ। ଦରବୃଦ୍ଧିକୁ ପ୍ରତିବାଦ କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ସହରର ଟ୍ରାଫିକ ଛକ ଓ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ, ଶଶାଙ୍କ ମଣ୍ଡଳ ପ୍ରଦୀପ ପାଞ୍ଜିଆ, ସନ୍ୟାସୀ ମାଳୀ, ସୁଦର୍ଶନ ବିଷୋୟୀ ତିରୁପତି ମାଳି ପ୍ରମୁଖ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। କୋରୋନା ମହାମାରୀ କାଳରେ ଲୋକ ଙ୍କୁ କାମ ମିଳୁନାହିଁ।

ରୋଜଗାରର ଠିକଣା ନାହିଁ, ଠିକ୍ ଏହି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଅକଳ୍ପନୀୟ ଭାବେ ମହଙ୍ଗା କରିଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଦୁଇଗୁଣ ତିନି ଗୁଣ ବଢ଼ିଛି। ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାର ଓ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ କାମ। କିନ୍ତୁ ଆଜି ଦେଖିବାକୁ ମିଳୁଛି ଯେ ପେଟ୍ରୋଲ ଡିଜେଲ ଗ୍ୟାସ୍ ଦର ଯାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାରେ ସ୍ଥିରୀକୃତ ହୁଏ ତାହା ଲିଟର ପିଛା ଶହେ ଟଙ୍କା ପାର୍ କରିଛି। ଆଜି ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଥେଷ୍ଟ ହ୍ରାସ ପାଇଛି, ଯାହାକି ଆମେ ଆମଦାନୀ କରୁଛୁ ତଥାପି ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ପାର୍ କରିଛି। ତେଣୁ କେନ୍ଦ୍ରରୁ ମୋଦୀ ସରକାରକୁ ହଟେଇବା ପାଇଁ ଆଗାମୀ ଦିନରେ ବାମ ଦଳ ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe