ସୁନ୍ଦରଗଡ଼ ଜିଲ୍ଲା ପୁଲିସର ଚଢ଼ଉ, ୫ ଥାନା ଅଞ୍ଚଳରୁ ୧.୩୦ ଲକ୍ଷର ବାଣ ଜବତ

Advertisment
ସୁନ୍ଦରଗଡ଼ ଜିଲ୍ଲା ପୁଲିସର ଚଢ଼ଉ, ୫ ଥାନା ଅଞ୍ଚଳରୁ ୧.୩୦ ଲକ୍ଷର ବାଣ ଜବତ

file photo

ସୁନ୍ଦରଗଡ଼: ସବୁଜ ବାଣ ବ୍ୟତୀତ ଅନ୍ୟସବୁ ବାଣ ବିକ୍ରି ଉପରେ କଟକଣା ଜାରି କରିଥିଲେ ରାଜ୍ୟ ସରକାର। କିନ୍ତୁ ଉଭୟ ଦୋକାନୀ ଓ ଲୋକଙ୍କୁ ସବୁଜ ବାଣ କ’ଣ ସେ ସମ୍ପର୍କରେ ପ୍ରଶାସନ ଅବଗତ କରାଇ ନଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ତେବେ ଏସ୍ଥିତିରେ ସୁନ୍ଦରଗଡ଼ରେ କୌଣସି ଗୋଟିଏ ବି ବାଣ ଦୋକାନକୁ ଅନୁମତି ମିଳି ନଥିବା ବେଳେ କିଛି ଦୋକାନୀ ଲୁଚାଛୁପାରେ ବାଣ ବିକ୍ରି କରିଥିଲେ। ସହରରେ କାଁଭାଁ ବାଣ ଫୁଟିଥିଲା, ତେବେ ପିଲାମାନେ ଝରଝରି, କୁମ୍ଫି ବାଣ ଫୁଟାଇ ମନ ବୁଝାଇଥିଲେ। ଏହିକ୍ରମରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଗତ ୩ ତାରିଖରେ ଟାଉନଥାନା ସମେତ ରାଜଗାଙ୍ଗପୁର, ବଡ଼ଗାଁ, ବୀରମିତ୍ରପୁର, ତଳସରା ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରି ପ୍ରାୟ ୧.୩୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଥିଲା। ଏଥିରେ ୭ ଜଣ ଦୋକାନୀଙ୍କ ନାମରେ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଧାରା ୪୧(ଏ)ରେ ପୁଲିସ ସମସ୍ତଙ୍କୁ ଛାଡ଼ିଥିବା ସୂଚନା ମିଳିଛି। ଟାଉନଥାନା ଅନ୍ତର୍ଗତ ମେନ୍‌ରୋଡର ବଜରଙ୍ଗ ଅଗ୍ରୱାଲ ଓ ପତ୍ରାପଡ଼ାର ଶ୍ରୀକାନ୍ତ ବେହେରା ବେଆଇନ ଭାବେ ବାଣ ବିକ୍ରି କରୁଥିବା ସୂଚନା ପାଇବା ପରେ ପୁଲିସ ଟିମ୍ ଚଢ଼ଉ କରି ସେମାନଙ୍କ ଠାରୁ ୫୭ ହଜାର ଟଙ୍କାର ବାଣ ଜବତ କରିଥିଲେ।

publive-image

ଏ ନେଇ ଟାଉନଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ସେହିପରି ରାଜଗାଙ୍ଗପୁର ଥାନାରେ ୨ଟି ମାମଲା, ବଡ଼ଗାଁ, ବୀରମିତ୍ରପୁର ଓ ତଳସରା ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଜବତ ବାଣ ମଧ୍ୟରେ ୩୨ ବଣ୍ଡଲ ତାଳଫୋଟକା, ଟପ୍ ଟାଇଗର ୪୧ ପ୍ୟାକେଟ, ରୋଲ୍ କ୍ୟାପ୍ ୩ ପ୍ୟାକେଟ, ୭ ସୁଟ୍ ୧ ପ୍ୟାକେଟ, ୯ ଇଲେକ୍ଟ୍ରି ସ୍ପାର୍କର୍ସ କ୍ରାକର୍ସ ୨୦ ପିସ୍, ମିରଚା ଫୋଟକା ୨୦ ପ୍ୟାକେଟ, ବିଜଲୀ କ୍ରାକର୍ସ ୭ ପ୍ୟାକେଟ, ଭାସା ରକେଟ ୮ ପ୍ୟାକେଟ, ପପ-ପପ-୨୦୨୧ ୧ ପ୍ୟାକେଟ, ଚକର ସ୍ପେସିଆଲ ୧୦ ପ୍ୟାକେଟ, କିଟ-କଟ୍ ୧୦ ପିସ୍, କ୍ରିଷ୍ଣା ୨ ସାଉଣ୍ଡ ୨ ପ୍ୟାକେଟ, ବୁଲେଟ ବମ୍ ୧୪ ପିସ୍, ସୁନିନ୍ଦିଆ ୬୦ ସୁଟ୍, ଲଙ୍କା ଫୋଟକା ୧ ପ୍ୟାକେଟ, ସୁପର ଡିଲକ୍ସ ୧ ପ୍ୟାକେଟ୍, ନାସା ରକେଟ ୮ ପ୍ୟାକେଟ, ପଲୋ ୫ ହଜାର ଇକୋ ସାଉଣ୍ଡ ୧ ପ୍ୟାକେଟ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe