ଦୁର୍ଘଟଣାରେ କେନ୍ ଆସିଷ୍ଟାଣ୍ଟଙ୍କ ମୃତ୍ୟୁ

Advertisment
ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ବାପ ପୁଅ ଆହତ

ରସୁଲପୁର : ଆଜି ସକାଳେ କୁଆଖିଆ ବଜାର ମଧ୍ୟରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତବ୍ୟକ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମନୋଜ କୁମାର ପାଣିଗ୍ରାହୀ(୫୧)।

ଶ୍ରୀ ପାଣିଗ୍ରାହୀ ଶକ୍ତି ସୁଗାର କମ୍ପାନିରେ କେନ୍ ଆସିଷ୍ଟାଣ୍ଟ୍ ଭାବରେ କାମ କରୁଥିଲେ। ଆଜି ସକାଳେ କୁଆଖିଆ-ହରିପୁର ରାସ୍ତାର ଗୋବିନ୍ଦପୁର ପାଖରେ ଥିବା ଶକ୍ତି ସୁଗାର କାର୍ଯ୍ୟାଳୟକୁ ଯାଉଥିବା ବେଳେ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ହୋଇଥିଲା। କୁଆଖିଆ ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ସେହିପରି ଆଜି ଅପରାହ୍‌ଣରେ କୁଆଖିଆ ବଜାର ହରିପୁର ରୋଡ୍‌ରେ ରାସ୍ତା କଡ଼ରେ ଥିବା ଏକ ବାଇକ୍‌କୁ ଗୋଟିଏ ଡମ୍ପର ଧକ୍କା ଦେଇଥିଲା। ଫଳରେ ବାଇକ୍‌ଟି ନିର୍ମାଣାଧୀନ ଡ୍ରେନ୍‌ ମଧ୍ୟରେ ଗଳିପଡ଼ିଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe