ଧର୍ମଶାଳା: ଧର୍ମଶାଳା ଥାନା ଆରୁହା ଛକ ନିକଟ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ କ୍ରେନ୍ (ଓଡି୦୫ ଏଏସ୍-୫୨୭୧) ସୋମବାର ବିଳମ୍ବିତ ରାତିରେ ଜଳିଯାଇଛି। କ୍ରେନ୍ଟି ରାମଚନ୍ଦ୍ର ଜୟସ୍ବାଲଙ୍କର ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସେତେବେଳକୁ କ୍ୟାବିନ୍ ଓ ଇଞ୍ଜିନ୍ ଜଳିଯାଇଥିଲା। ତେବେ ବ୍ୟାଟେରି ନିଆଁ ଲାଗି ଯାଇଥିବା ଚଣ୍ତିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲ୍ଲିକ୍ ସୂଚନା ଦେଇଛନ୍ତି।
Follow Us