କ୍ରିକେଟ୍ ବେଟିଂ: ବନ୍ଧାହେଲା ବୁକି ଅଜୟ ୧୧ହଜାର ୫ଶହ ଟଙ୍କା, ୫ଟି ମୋବାଇଲ୍‌ ଜବତ

Advertisment
୨୪ରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌, ବେଟିଂ ବଜାର ଚଳଚଞ୍ଚଳ

SportzWiki Hindi

ବ୍ରହ୍ମପୁର: ଗଞ୍ଜାମ ଆଇପିଏଲ୍‌ ବେଟିଂ ରାକେଟ୍‌ ଲିଙ୍କ୍‌ରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୁଲିସ ବୁକି କନିଷିର ଅଜୟ କୁମାର ପଣ୍ଡା ଓରଫ୍‌ ଅଜୁ(୨୯)ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଜୁ ହେଉଛନ୍ତି ବେଟିଂ ରାକେଟ୍‌ର କିଙ୍ଗ୍‌ପିନ୍‌ ଆର୍‌.ଲାଲି ଆଚାରୀଙ୍କ ମୁଖ୍ୟ ସହଯୋଗୀ। ଏହି କାରବାରରେ ଲାଲିଙ୍କ ସହିତ ତାଙ୍କର ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏପରିକି ଟଙ୍କା ନେଣଦେଣ କାରବାର ସମ୍ପର୍କରେ ମଧ୍ୟ ଆବଶ୍ୟକ ପ୍ରମାଣ ହସ୍ତଗତ ହୋଇଛି। ଏଣୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଗତକାଲି ରାତିରେ ତାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଜି କେସ୍ ନମ୍ବର ୧୪୧/୨୦ରେ କୋର୍ଟ ଚାଲାଣ କରିଛି। ଅଜୁଙ୍କ ନିକଟରୁ ୧୧ହଜାର ୫ଶହ ଟଙ୍କା, ୫ଟି ମୋବାଇଲ୍‌, ଏଟିଏମ୍‌ କାର୍ଡ଼ ପ୍ରଭୃତି ଜବତ ହୋଇଛି। ଅଜୁଙ୍କ ସହଯୋଗୀମାନେ ଫେରାର୍‌ ହୋଇଯାଇଥିବା ବେଳେ ତାଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଅଜୁ କିଙ୍ଗ୍‌ପିନ୍‌ ଲାଲିଙ୍କ ସହଯୋଗୀ ଭାବେ କାମ କରି ଜିଲ୍ଲାର ବିଭିନ୍ନ ଇଲାକାରେ ବେଟିଂ କାରବାର ଅପରେଟ୍‌ କରୁଥିଲେ। ଏଜେଣ୍ଟ୍‌ମାନଙ୍କ ଜରିଆରେ ସେ ତାଙ୍କର କାରବାର ଜାରି ରଖିଥିଲେ । ଲାଲିଙ୍କ ଗିରଫଦାରି ପରେ ଅଜୁ ଲୁଚିଛପି ରହୁଥିଲେ। କିନ୍ତୁ ତାଙ୍କର ବାହାଘର ଯୋଗୁଁ ବାଧ୍ୟ ହୋଇ ସେ ସାମ୍ନାକୁ ଆସିଥିଲେ। ବାହାଘର ସରିବା ପରେ ଗତକାଲି ଭୋଜି କାର୍ଯ୍ୟକ୍ରମ ଥିଲା। ଏହା ପୂର୍ବରୁ ଗୋସାଇଁ ନୂଆଗାଁ ଥାନା ପୁଲିସ କନିଷିରେ ଚଢ଼ଉ କରି ଅଜୁଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe