ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା ଘଟଣା: ଗୋପାଳଙ୍କୁ ୫୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରା‌ଞ୍ଚ

Advertisment

୩ଘଣ୍ଟା ପଚରାଉଚରା କଲେ କ୍ରାଇମବ୍ରାଞ୍ଚ ଏଡିଜି, ସୁନ୍ଦରଗଡ଼ ପୁଲିସ ବାରାକ୍‌ରେ ଅଭିଯୁକ୍ତକୁ ‌ଜେରା

୩ଘଣ୍ଟା ପଚରାଉଚରା କଲେ କ୍ରାଇମବ୍ରାଞ୍ଚ ଏଡିଜି, ସୁନ୍ଦରଗଡ଼ ପୁଲିସ ବାରାକ୍‌ରେ ଅଭିଯୁକ୍ତକୁ ‌ଜେରା

ଗୋପାଳର ମାନସିକ ସମସ୍ୟା ପଛରେ ପଡ଼ିଛି କ୍ରାଇମବ୍ରାଞ୍ଚ! ପରସ୍ପରର ବିରୋଧାଭାଷ କରୁଛି ତଦନ୍ତର ଦିଗ

ସୁନ୍ଦରଗଡ଼ : ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ପରେ କୌଣସି ବଡ଼ଧରଣର ଅଘଟଣ ଆଶଙ୍କା କରି ପୁଲିସ ମୁଖ୍ୟ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଘଟଣାସ୍ଥଳରୁ ୩୯ କିଲୋମିଟର ଦୂର ସୁନ୍ଦରଗଡ଼ ନେଇ ଆସିଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତାଙ୍କୁ ସେଠାରେ ପଚରାଉଚରା କରିଛନ୍ତି।

ସୂଚନା ଅନୁସା‌ରେ, କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତ ଗୋପାଳଙ୍କୁ ଶଙ୍କରାସ୍ଥିତ ପୁଲିସ ବାରାକରେ ରଖାଯାଇଛି। ରବିବାର ରାତିରେ ଏଡିଜି ଶ୍ରୀ ବୋଥ୍ରା ସେଠାରେ ପହଞ୍ଚି ଗୋପାଳଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରିଥିଲେ। ତାଙ୍କୁ କ’ଣ ପଚରାଯାଇଛି ଏବଂ ତାଙ୍କଠାରୁ କି ଉତ୍ତର ମିଳିଛି, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ମୁହଁ ଖୋଲି ନଥିଲେ। ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ର ଭାରପ୍ରାପ୍ତ ଏସପି ମୁକେଶ ଭାମୁ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ଶ୍ରୀ ବୋଥ୍ରା। କାହିଁକି ନବ ଦାସଙ୍କୁ ଗୁଳି କଲ... ମନ୍ତ୍ରୀଙ୍କ ସହ କ’ଣ ପୂର୍ବରୁ ଶତ୍ରୁତା ଥିଲା କି... ମନ୍ତ୍ରୀଙ୍କ ଉପରେ ପୁରୁଣା ରାଗ ଥିଲା କି... ହତ୍ୟା ପାଇଁ ପୂର୍ବରୁ ଯୋଜନା ଥିଲା କି, କେବେଠୁ ଯୋଜନା ହୋଇଥିଲା... ହତ୍ୟା ପଛର ଷଡ଼୍‌ଯନ୍ତ୍ରରେ କିଏ ଅଛନ୍ତି... ହତ୍ୟା ପଛରେ ରାଜନେତା କିମ୍ବା ବ୍ୟବସାୟୀ ସମ୍ପୃକ୍ତ ଅଛି କି ନାହିଁ... କିଏ ଗୁଳି କରି ମନ୍ତ୍ରୀଙ୍କୁ ହଟାଇବାକୁ କହିଥିଲା... ସମସ୍ତଙ୍କ ସାମ୍ନାରେ ଗୁଳିମାରି ହତ୍ୟା କରିବା ପଛର କାରଣ କ’ଣ...ତୁମର କିଛି ମାନସିକ ରୋଗ ଅଛି କି... କେବେଠୁ ଔଷଧ ଖାଉଥିଲ... ନିଜ ରୋଗ ସମ୍ପର୍କରେ ବିଭାଗକୁ ଜଣାଇଥିଲ କି? ଏପରି ଅନେକ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଟିମ୍‌ ପଚାରି ହତ୍ୟାର ଖିଅ ଖୋଜିବାକୁ ଚେଷ୍ଟା ଚଲାଇଥିବା ଜଣାପଡ଼ିଛି। ହେଲେ, ଗୋପାଳ ହତ୍ୟା ସମ୍ପର୍କରେ କ’ଣ କହିଛନ୍ତି ଏବଂ କ୍ରାଇମବ୍ରାଞ୍ଚ ପଚାରିଥିବା ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ତେବେ, ଅଟକ ଗୋପାଳ ଦାସଙ୍କୁ ଦଫା ୩୦୨ରେ ଗିରଫ କରାଯାଇଥିବା ଏବଂ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି। ଏହାମଧ୍ୟରେ ସୁନ୍ଦରଗଡ଼ରେ ଅଭିଯୁକ୍ତ ଗୋପାଳଙ୍କ ୧୬୧ ବୟାନ ରେକର୍ଡ କରାଯାଇଛି। ଏଯାଏ ଗୋପାଳଙ୍କୁ ପୁଲିସ ବାରାକ୍‌ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe