ଖୋର୍ଦ୍ଧାରେ ବନ୍ଧୁକ ଗୁଳିର ମାର୍କେଟିଂ! ବରୁଣେଇନଗରରୁ ବନ୍ଧାହେଲା ଅଭିଯୁକ୍ତ

ଦୁଇ ଜୀବନ୍ତ ଗୁଳି ସହିତ ମାଗାଜିନ୍‌ ଜବତ

ଖୋର୍ଦ୍ଧାରେ ବନ୍ଧୁକ ଗୁଳିର ମାର୍କେଟିଂ! ବରୁଣେଇନଗରରୁ ବନ୍ଧାହେଲା ଅଭିଯୁକ୍ତ

Image Courtesy of NDTV

ଖୋର୍ଦ୍ଧା: ଅପରାଧିକ ମାମଲାରେ ଆଉ ଗୋଟିଏ ପାଦ ଆଗେଇଛି ଖୋର୍ଦ୍ଧା ସହର। ଏଠି ବ୍ରାଉନ୍‌ସୁଗାର ହାଉଜାଉ ଥିବା ବେଳେ ଗତକାଲି ଶିଳ୍ପାଞ୍ଚଳ ଥାନା ପୁଲିସ ଧରପଗଡ଼ କରି ବରୁଣେଇନଗରରୁ ଜୀବନ୍ତ ଗୁଳି ଠାବ କରିଛି। ତା’ ସହିତ ଏକ ମାଗାଜିନ୍‌ ମଧ୍ୟ ଜବତ ହୋଇଛି। ଏ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜବତ ଗୁଳି ବିକ୍ରିବଟା କରିବା ଉଦ୍ଦେଶ୍ୟରେ ମହଜୁଦ ରଖାଯାଇଥିବା ପୁଲିସ ଆଶଙ୍କା କରୁଛି।

ପୁଲିସ ସୂଚନା ମୁତାବକ, ଜୀବନ୍ତ ଗୁଳି ରଖିଥିବା ଅଭିଯୁକ୍ତଙ୍କ ନାଁ ହେଲା ଶ୍ରୀବତ୍ସ ପରମଗୁରୁ(୪୭)। ଘର ବରୁଣେଇନଗରରେ। ପୂର୍ବରୁ ଶ୍ରୀବତ୍ସ ନିଜ ଘରେ ନେଇ ଜୀବନ୍ତ ଗୁଳି ସାଇତି ରଖିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ଶିଳ୍ପାଞ୍ଚଳ ଥାନା ପୁଲିସ ବରୁଣେଇନଗରରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଶ୍ରୀବତ୍ସଙ୍କ ସ୍ତ୍ରୀ ଘରୁ ଦୌଡ଼ି ପଳାଇଥିବା ବେଳେ ପୁଲିସ ଘର ତଲାସୀ ନେଇଥିଲା।

ଯେଉଁଠାରୁ ଦୁଇଟି ଜୀବନ୍ତ ଗୁଳି ସହିତ ଗୋଟିଏ ମାଗାଜିନ୍‌ ଜବତ ହୋଇଛି ବୋଲି ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂହ ପ୍ରକାଶ କରିଛନ୍ତି। ଘଟଣାରେ ଅଭିଯୁକ୍ତ ଶ୍ରୀବତ୍ସକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଶ୍ରୀବତ୍ସ ନାଁରେ ପୂର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବା ବେଳେ ଏ ଗୁଳି କେଉଁଠାରୁ ଅଣାଯାଇଥିଲା ତାହା ତନାଘନା ଚାଲିଛି ବୋଲି ଶ୍ରୀ ଜୟସିଂହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe