୫ବର୍ଷ ଧରି ଫେରାର୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ କାଲା ହାତଖଣ୍ଡି ଗିରଫ 

Advertisment
୫ବର୍ଷ ଧରି ଫେରାର୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ କାଲା ହାତଖଣ୍ଡି ଗିରଫ 

ଖୋର୍ଦ୍ଧା: ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଓ ନିଜର ଭାଇକୁ ହତ୍ୟା କରି ଫେରାର୍ ହୋଇଯାଇଥିଲା କାଇପଦର ଗାଁର କାଲା ହାତଖଣ୍ଡି । ଦୀର୍ଘ ୫ ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳିବା ପରେ ଖୋର୍ଦ୍ଧା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଆଜି ତାକୁ ଭୁବନେଶ୍ୱରରୁ ଗିରଫ କରିଛି ।

ଘଟଣା ସମ୍ପର୍କରେ ସୂଚନା ଦେଇ ଏସ୍ପି ରାଜ କିଶୋର ଦୋରା କହିଛନ୍ତି ଯେ ସଦର ଥାନା ଆଇଆଇସି ଅନୀତା ସାହୁ, ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ଦିଗ୍ବିଜୟ ବିଶ୍ୱାଳ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ର ଯବାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ୨୦୧୭ ଠାରୁ ସେ ଖୋର୍ଦ୍ଧାରୁ ଫେରାର୍ ହୋଇଯିବା ପରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲା । ଶେଷରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଠାରୁ କାଲା ହାତଖଣ୍ଡିକୁ ଗିରଫ କରାଯାଇଛି । ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି । କାଲା ଫେରାର ଥିଲେ ମଧ୍ୟ ବିିଭିନ୍ନ ସମୟରେ ଖୋର୍ଦ୍ଧାର କେତେକ ଲୋକଙ୍କୁ ଧମକଚମକ ଦେବା ଓ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିଲା । ଯେହେତୁ ପୂର୍ବ ଦୁଇଟି

ମାମଲାରେ କାଲା ହାତଖଣ୍ଡିର ଅପରାଧ ପ୍ରମାଣିତ ହୋଇସାରିଥିଲା, ଆଇନାନୁସାରେ କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇବେ ।
ସୂଚନାଯୋଗ୍ୟ, ୨୦୦୧ରେ ଏକ ଡକାୟତି ମାମଲାରେ କାଲା ହାତଖଣ୍ଡି ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଥିଲା । ଏହାପରେ ପୁଲିସକୁ ଚକମା ଦେଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲା ।୨୦୧୭ ଅକ୍ଟୋବର ୧୬ ତାରିଖରେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୋଟାପଡ଼ା ଠାରେ କାଲା ନିଜର ସାବତ ଭାଇ ମହମ୍ମଦ ସବିତକୁ ଗୁଳି କରି ହତ୍ୟା କରି ହତ୍ୟା କରିଥିଲା । ଏହାପରେ ସେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଏନେଇ ଦଫା ୩୦୨, ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ୨୫ ଓ ୨୭ରେ ୪୩୧/୨୦୨୧ରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ କୋର୍ଟ କାଲା ବିରୋଧରେ ଏକ ଜାମିନ ବିହୀନ ପରୁୱାନା ଜାରି କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe