ଯମୁନା ନାଳରେ କୁମ୍ଭୀର ବୁଲୁଥିବାର ଦେଖିଲେ ସ୍ଥାନୀୟ ଲୋକ

ଯମୁନା ନାଳରେ କୁମ୍ଭୀର ବୁଲୁଥିବାର ଦେଖିଲେ ସ୍ଥାନୀୟ ଲୋକ

BBC Wildlife Magazine

ହରିପୁର : ବୈତରଣୀ ନଦୀର ଯମୁନା ନାଳରେ ଏକ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଯମୁନା ନାଳରୁ ବାହାରି ଥିବା ଗେଞ୍ଜୁରୀ ନାଳରେ ଆଜି ମଧ୍ୟାହ୍ନରେ ୧୦ ଫୁଟ୍‌ ଲମ୍ବର ଏହି କୁମ୍ଭୀର ପାଣିରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁମ୍ଭୀର କୌଣସି କ୍ଷତି କରିନଥିଲେ ମଧ୍ୟ ନାଳ କୂଳରେ ରହୁଥିବା ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଏହିନାଳ ପାଖରେ ଜହଳ, ଜୟପୁର, ଓ ନେଳିପୁର ଆଦି ଗ୍ରାମର ଚାଷଜମି ଲାଗିଛି। ଲୋକମାନେ ଆଜି କୁମ୍ଭୀର ଭୟରେ ଚାଷଜମିକୁ ଯାଇନାହାନ୍ତି। ସ୍ଥାନୀୟ ଲୋକେ କୁମ୍ଭୀର ସମ୍ପର୍କରେ ବନ ବିଭାଗକୁ ଜଣାଇଛନ୍ତି। ଆସନ୍ତାକାଲି କୁମ୍ଭୀରର ଗତିବିଧି ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ଲୋକଙ୍କୁ ନାଳ ନିକଟକୁ ନଯିବା ପାଇଁ ବନ ବିଭାଗ ବାରଣ କରିଛି। ଏହିନାଳ ଯମୁନା ସହିତ ସଂଯୋଗ ହୋଇଛି। ଏହା ଯାଜପୁର ବ୍ଲକ୍‌ର ଶିମିଳିଆ ପଞ୍ଚାୟତରେ ଖରସ୍ରୋତାରେ ମିଶିଛି। କିଛିଦିନ ତଳେ ଶିମିଳିଆ ପଞ୍ଚାୟତରେ ମଧ୍ୟ କୁମ୍ଭୀର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe