ବୈତରଣୀରେ କୁମ୍ଭୀର ଆତଙ୍କ, ଘୁଷୁରିକୁ ଟାଣିନେଲା

Advertisment
ବୈତରଣୀରେ କୁମ୍ଭୀର ଆତଙ୍କ, ଘୁଷୁରିକୁ ଟାଣିନେଲା

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ। ଏକ ବଡ଼ କୁମ୍ଭୀର ନଦୀରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାର ଲମ୍ବ ପ୍ରାୟ ୧୦ ରୁ ୧୨ ଫୁଟ ହେବ। ଆଜି ଦତ୍ତପୁର ପଞ୍ଚାୟତ ବାଲିପାଟଣା ଗ୍ରାମ ନିକଟରେ ବୈତରଣୀ ନଦୀରେ ଏହି କୁମ୍ଭୀରଟି ଏକ ଘୁଷୁରିକୁ ଟାଣି ନେଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହି ଦୃଶ୍ୟକୁ ଜଣେ ସ୍ଥାନୀୟ ଯୁବକ ତାଙ୍କ ମୋବାଇଲରେ ରେକର୍ଡିଂ କରିଥିଲେ। ୧୦ ବର୍ଷ ହେବ ବୈତରଣୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି। ବ୍ଲକ୍‌ର କୟାଁ, ଲକ୍ଷ୍ମୀପୁର, ଗୁଣ୍ଠୁଣିପଡ଼ା, ଦତ୍ତପୁର, ବାଲିପାଟଣା, ନାରଣପୁର ଆଦି ଗ୍ରାମର ୧୫ରୁ ଅଧିକ ଗାଈ, ବାଛୁରୀ, ଛେଳି ଆଦି ଟାଣିନେଇଛି। ଏହାଛଡ଼ା ୨୦୧୪ ରେ ଏକ କୁମ୍ଭୀର କୟାଁ ପଞ୍ଚାୟତ ଲକ୍ଷ୍ମୀପୁର ଗାଁକୁ ଉଠିଆସିଥିଲା। ତେଣୁ ଏ ଦିଗରେ ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe