ବିଲରେ ବୁଲୁଛି ବଉଳା କୁମ୍ଭୀର; ଚାଷୀ ଭୟଭୀତ

Advertisment
ବିଲରେ ବୁଲୁଛି ବଉଳା କୁମ୍ଭୀର; ଚାଷୀ ଭୟଭୀତ

କେନ୍ଦ୍ରାପଡ଼ା: ଦୁଇତିନି ଦିନ ହେବ ଲଗାଣ ବର୍ଷା ହେତୁ ବିଲକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି। କାରଣ ବିଲ ଭିତରେ ଅନେକ ବିଷଧର ସରୀସୃପ ବୁଲୁଥିବା ଅନେକ ଚାଷୀ ଦେଖିବାକୁ ପାଇଛନ୍ତି। ଏଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଅଞ୍ଚଳରେ ଦେଖିବାକୁ ମିଳିଛି।

publive-image

ଲଘୁଚାପ ହେତୁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ହେତୁ ପୋଖରୀ, ନାଳ ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ କୁମ୍ଭୀରଗୁଡିକ ଚାଷଜମିକୁ ଉଠି ଆସୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଅଞ୍ଚଳରେ କିଛି କୃଷକ ନିଜ ଜମିକୁ ଚାଷପାଇଁ ଯାଇଥିଲେ। ଏହି ସମୟରେ ସେଠାରେ ସେମାନେ ଏକ ବିଶାଳକାୟ କୁମ୍ଭୀର ଦେଖିଥିଲେ। ଭୟରେ ଚାଷୀମାନେ ଦୌଡ଼ାଦୌଡ଼ି ହୋଇ ସେ ସ୍ଥାନ ଛାଡ଼ି ଚାଲି ଆସିଥିବା ବେଳେ ଚାଷୀଙ୍କୁ ଦେଖି କୁମ୍ଭୀର ବି ପୁଣି ହଁସୁଆ ନଦୀ ଭିତରକୁ ଚାଲିଯାଇଥିଲା । ଭୟରେ ଚାଷୀମାନେ ଆଉ ଚାଷ କାମ ନକରି ଘରକୁ ଫେରିଆସିଥିଲେ। ପ୍ରତିବର୍ଷ ବନ୍ୟାପାଣି ମାଡିଆସିଲେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ସାଧାରଣ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe