କନ୍ଧମାଳ ଜିଲ୍ଲାରେ ଚକଡ଼ା ପୋକ ଭୟରେ ଧାନ କାଟିଲେ ଚାଷୀ

Advertisment
କନ୍ଧମାଳ ଜିଲ୍ଲାରେ ଚକଡ଼ା ପୋକ ଭୟରେ ଧାନ କାଟିଲେ ଚାଷୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ କରିଦେଉଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। କାଳେ ଏହି ପୋକ ଲାଗିଯିବ ସେଇ ଭୟରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଧାନ ଫସଲ ଭଲରେ ପାଚିଛି କି ନାହିଁ ନିଜ ନିଜ ଜମିରେ ଧାନ କାଟି ପକାଉଥିବା ଦେଖିବାକୁ ମିଳିଛି। ଧାନ କାଟି ଜମିରେ ପକେଇ ରଖିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

publive-image

ଚାଷୀଙ୍କ କହିବା କଥା ଚଳିତ ବର୍ଷ କରୋନା ଯୋଗୁଁ ଚାଷ କାର୍ଯ୍ୟ ବେଶ ପ୍ରଭାବିତ ହୋଇଥିଲା। ଧାନ ଚାଷ ଭଲ ହୋଇଥିବା ବେଳେ ଅଦିନିଆ ଲଗାଣ ବର୍ଷା ଦାଉ ସାଜିଲା। ଟିକେ ବର୍ଷା ଛାଡିଲା ପରେ ଚକଡ଼ା ପୋକ ଖବର ସମସ୍ତଙ୍କୁ ବ୍ୟଥିତ କଲା । ଏଣୁ କଣ ହେଉଛି ହେଉ ଯେତିକି ଧାନ ହୋଇଛି, ସେତିକି କାଟି ଦେଲୁ । ପୋକ ଦାଉରୁ ତ ରକ୍ଷା ପାଇବୁ। ଫସଲତ ବଞ୍ଚିଯିବ। ବର୍ଷ ତମାମ ଆମର ଖାଇାକୁ ହୋଇଯିବ। ଅଧା ପାଚିଛି ଅଧା ପାଚିନି ତଥାପି ଧାନ କଟା ହୋଇଗଲା। କଣ କଲା ଦଇବ ଚାଷୀଙ୍କ ପାଇଁ ବଇରୀ ସାଜି ଚଳିତ ବର୍ଷ ଦାଉ ସାଜିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe