ଅମଳ ପୂର୍ବରୁ କାଳବୈଶାଖୀ ତାଣ୍ଡବ ରଚିଲା, ବ୍ୟାପକ ମକା ଫସଲ ନଷ୍ଟ

ଅମଳ ପୂର୍ବରୁ କାଳବୈଶାଖୀ ତାଣ୍ଡବ ରଚିଲା, ବ୍ୟାପକ ମକା ଫସଲ ନଷ୍ଟ

ଉମରକୋଟ: ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ହେଇଥିବା ହେଇଥିବା କାଳବୈଶାଖୀ ପ୍ରଭାବରେ ଦର୍ଗାଗୁଡା ଗ୍ରାମରେ ମକା ଫସଲ ବ୍ୟାପକ ଭାବେ ନଷ୍ଟ ହେଇଛି। ଆଜି ଅପରାହ୍ନ ୩ ଟାରୁ ୪ ଟା ଯାଏଁ କୁଆପଥର ବର୍ଷା ହେବା ସହ ଭୀଷଣ ପବନ ହେଇଥିଲା। ଫଳରେ ଉମରକୋଟ ସହରକୁ ଲାଗିଥିବା ୟୁଭି ୪ ଦର୍ଗା ଗୁଡା ଗ୍ରାମ ଠାରେ ମକା ଗଛ ଭାଙ୍ଗି ପଡ଼ିଛି। ପ୍ରାୟ ମକା ଗଛରେ ମକା ହେଇ ସାରିଥିଲା ଓ ଆଗାମୀ ୨୦ ରୁ ୨୫ ଦିନ ଭିତରେ ମକା ଅମଳ ହେଇଥାନ୍ତା।

ଦର୍ଗାଗୁଡା ଗ୍ରାମର ପ୍ରସନ୍ନ ଜିତ୍ ଦେବନାଥ ଓ ବିଶ୍ବଜିତ ଦେବନାଥଙ୍କର ପ୍ରାୟ ୮ ଏକର ଜମିର ମକା ଗଛ ଗୁଡ଼ିକ ଭାଙ୍ଗି ତଳେ ପଡ଼ିଯାଇଛି। ଏହି ଗ୍ରାମର ଆହୁରି ମଧ୍ୟ କିଛି ଚାଷୀଙ୍କ ମକା ଫସଲ ନଷ୍ଟ ହେଇଥିବା ସୂଚନା ମିଳିଛି। ଅବଶ୍ୟ ଏହି କାଳବୈଶାଖର ପ୍ରଭାବ ଉମରକୋଟ ସହର ଠାରୁ ମାତ୍ର ୨ କିଳୋମିଟର ପରିଧି ଭିତରେ ଥିଲା। ଅନ୍ୟଆଡ଼େ ସେପରି କ୍ଷୟକ୍ଷତି ହେଇ ନ ଥିବା ସୂଚନା ମିଳିଛି।

ଚଳିତ ବର୍ଷ ଭାସ୍କେଲ ଡ୍ୟାମ୍‌ର ମରାମତି କାର୍ଯ ହେବ ବୋଲି ରବି ଫସଲ ପାଇଁ ପାଣି ଛଡ଼ା ଜାଇ ନ ଥିଲା। ଦର୍ଗାଗୁଡାର ଏହି ଚାଷୀ ମାନେ ଧlର ଉଦ୍ଧାର କରି ବୋର ଖଳିବା ସହ ବିହନ ଓ ସାର ଋଣ କରି ଆଣି ଚାଷ କାମ କରିଥିଲେ। ବର୍ତ୍ତମାନ ମକା ଫସଲ ନଷ୍ଟ ଯୋଗୁଁ ବର୍ତ୍ତମାନ ଧାର କିପରି ସୁଜିବେ
ସେଥିନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ତୁରନ୍ତ କୃଷି ବିଭାଗ ଘଟଣାସ୍ଥଳକୁ ଜାଇ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe