Samba dashami Photograph: (sambad.in)
କୋଣାର୍କ: ଆଜି ପବିତ୍ର ଶାମ୍ବଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କର ଚନ୍ଦ୍ରଭାଗା ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁ ଏବଂ ସୂର୍ଯ୍ୟ ଉପାସକମାନେ ସକାଳୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି।
ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ।
ପରମ୍ପରା ଅନୁସାରେ ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ।
ସେଠାରେ ୨୭ ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜା ଅର୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ। ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଛି ।
ଅଧିକ ପଢ଼ନ୍ତୁ: ବିଜେପିରେ ଥମୁନି ପଦପଦବୀ ରାଜନୀତି: ଗୋଟିଏପଟେ ବିରୋଧ,ଅନ୍ୟପଟେ ସ୍ବାଗତ
ବିଶ୍ବାସ ରହିଛି, ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗାଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ରୋଗମୁକ୍ତ ହେବା ସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ।
ଅଧିକ ପଢ଼ନ୍ତୁ:ଗୁରୁତର ମହିଳା ରୋଗୀଙ୍କୁ ରକ୍ତ ଦେଲେ ଡାକ୍ତର
Follow Us