ମାଓ ପ୍ରଭାବିତ ଅଞ୍ଚଳରେ ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Advertisment
ମାଓ ପ୍ରଭାବିତ ଅଞ୍ଚଳରେ ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବେଲଘର ଥାନା ଓ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡା ଗ୍ରାମରେ ଥିବା ସ୍କୁଲର ଖେଳ ପଡ଼ିଆରେ ଦୁଇଟି ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ୧୨୭ ବାଟାଲିୟନର କମାଡାଣ୍ଟ ଆନନ୍ଦ ଝା, ଆସିସଷ୍ଟାଣ୍ଟ କମାଡାଣ୍ଟ ମଉଳି ମୋହନ କୁମାର ଏବଂ ଶ୍ମଜୀତ ଭକ୍ତ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ରୋଣାଚାର୍ଯ୍ୟ ଜେଠି, ମାଦାଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଇଷ୍ଟରୀ ମଲ୍ଲିକ ଏବଂ ନାଏବ ସରପଞ୍ଚ ଜିରିମୟ ସୁନାମାଝି ଯୋଗ ଦେଇଥିଲେ।

ସର୍ବ ପ୍ରଥମେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା ଏବଂ କୁନି କୁନି ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା l ନାଏବ ସରପଞ୍ଚ ଜିରିମୟ ସୁନାମାଝି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ସଭାକୁ ଆଗକୁ ନେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା। ଯବାନମାନଙ୍କ କହିବା ଅନୁଯାୟୀ, କେତେକ ଅଞ୍ଚଳରେ ସିଆରପିଏଫ ଯବାନମାନଙ୍କୁ ଦେଖିଲେ ମହିଳାମାନେ ଭୟ କରୁଛନ୍ତି ଏବଂ ଦୌଡ଼ି ପଳାଉଛନ୍ତି। ତା’ର କାରଣ ହେଉଛି ଜନ ସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ।

publive-image

ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ, ଯବାନମାନେ ଆପଣମାନଙ୍କ ପରି ସାଧାରଣ ମଣିଷ। ଆମକୁ ଡରିବା ଆବଶ୍ୟକ ନାହିଁ l ଆମେ ଆମ ପରିବାର ଏବଂ ମାଟିକୁ ଛାଡ଼ି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଖାତା, ପେନ, ପେନସିଲ, ରବର ଏବଂ ଚକୋଲାଟେ ବଣ୍ଟନ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ସିଆରପିଏଫ ୧୨୭ ବାଟାଲିୟନର କମାଡାଣ୍ଟ ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ଜିରିମ୍ୟ ସୁନାମାଝି କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe