ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

Advertisment
ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ସୀମାନ୍ତ ଝାରଖଣ୍ଡ ରାସ୍ତାରେ ୪୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର କଲେ ସିଆରପିଏ୍ଫ‌ ଯବାନ। ଛତିଶଗଡ ଏବଂ ଝାରଖଣ୍ଡର ସିଆରପିଏ୍ଫ‌ ଯବାନ ମିଳିତ କୁମ୍ବିଂ କରୁଥିବା ବେଳେ ନୂତନ ଭାବେ ରାସ୍ତା ତିଆରି ହେଉଥିବା ସ୍ଥାନରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିବା ଜାଣିବାକୁ ପାଇଥିଲେ। ତେବେ ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନଙ୍କ ଗାଡିକୁ ଏହା ଖଣ୍ଡବିଖଣ୍ଡିତି କରିଦେଇଥାନ୍ତା। ବିସ୍ଫୋରଣ ଦ୍ବାରା ରାସ୍ତା ଉପରେ ପ୍ରାୟ ୫ ଫୁଟର ଗର୍ତ୍ତ ସୃଷ୍ଟି ହୋଇଥିଲା। ତେବେ ନକ୍ସଲଙ୍କର ବଡ ଯୋଜନାକୁ ପଣ୍ଡ କରିପାରିଛନ୍ତି ଯବାନ। ତେବେ ନକ୍ସଲ ରାସ୍ତା ମଝିରେ ୪୦ କିଲୋର ଲ୍ୟାଣ୍ଡମାଇନ ଖଞ୍ଜିଥିବା ଯବାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe