ସ୍ବଚ୍ଛ ଭାରତ ଅଭିଯାନ: ରେଳଷ୍ଟେସନରେ ୧ ଘଣ୍ଟା ଶ୍ରମଦାନ କଲେ ସିଆରପିଏଫ୍‌ ଯବାନ

Advertisment
ସ୍ବଚ୍ଛ ଭାରତ ଅଭିଯାନ: ରେଳଷ୍ଟେସନରେ ୧ ଘଣ୍ଟା ଶ୍ରମଦାନ କଲେ ସିଆରପିଏଫ୍‌ ଯବାନ

ରାୟଗଡ଼ା: ରବିବାର ଦିନ ୧୦ ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଦେଶର ସମସ୍ତ ନାଗରିକ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଶ୍ରମଦାନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଆଜି ରେଳ ଷ୍ଟେସନରେ ଦିନ ୧୦ରୁ ୧୧ଟା ପର୍ଯ୍ୟନ୍ତ ସ୍ଥାନୀୟ ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଶ୍ରମଦାନ କରାଯାଇଥିଲା।ସିଆରପିଏଫ କ୍ୟାମ୍ପର କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଗେଲ ଇଣ୍ଡିଆ ଲିମିଟେଡ,ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ,ଜନସାଦାରଣ,କଲେଜ ଛାତ୍ରଛାତ୍ରୀଙ୍କୁ ଶ୍ରମଦାନ କରିବା ପାଇଁ ଉତ୍ସାହିତ କରିଥିଲେ।ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଏବଂ ପରିବେଶକୁ ସ୍ବଚ୍ଛ ରଖିବା ଉଚିତ ବୋଲି କହିଥିଲେ।ଏହାକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ କହିଥିଲେ।୫ ଶହରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ସେହିପରି ରେଳ ଷ୍ଟେସନରେ ରହିଥିବା ଦୋକାନୀମାନେ ମଧ୍ୟ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ନିଜର ମୂଲ୍ୟବାନ ସମୟ ଦେଇଥିଲେ।ତେବେ ନିଜ ଅଂଚଳକୁ ସ୍ବଚ୍ଛ ରଖିଲେ ନଜେ ସୁସ୍ଥ ରହିବେ ବୋଲି କୁହାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe