ଟ୍ରକ ତଳେ ଚାପି ହୋଇଗଲେ, ତଥାପି ବର୍ତ୍ତିଗଲେ

Advertisment

ରଖେ ହରି ତ ମାରେ କିଏ ?

ରଖେ ହରି ତ ମାରେ କିଏ ?

ଟ୍ରକ ତଳେ ଚାପି ହୋଇଗଲେ, ତଥାପି ବର୍ତ୍ତିଗଲେ

ବରଗଡ଼: ନିଶ୍ଚିତ ମୃତ୍ୟୁମୁଖରୁ ଜଣେ ଯୁବକ ବର୍ତ୍ତିଯିବା ଭଳି ଏକ ଘଟଣା ଘଟିଛି ବରଗଡ଼ ସହର ଉପକଣ୍ଠସ୍ଥ ପଥର୍ଲା ଛକ ପାଖରେ। ନିଜେ ଚଳାଉଥିବା ସ୍କୁଟି ସହ ଯୁବକ ଜଣକ ଟ୍ରକ୍‌ ତଳେ ଚାପି ହୋଇଥିଲେ ହେଁ ସାମାନ୍ୟ ଆହତ ହୋଇ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ବରଗଡ଼ ଜାତୀୟ ରାଜପଥର ପଥର୍ଲାଠାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଅପରାହ୍ନ ପ୍ରାୟ ୪ଟାରେ ପଥର୍ଲା ଛକ ନିକଟରେ ଏକ ଟ୍ରକ୍‌ (ଏନ୍‌ଏଚ୍‌୨୬-ବିଇ-୯୩୮୭) ସ୍କୁଟି (ଓଡି୧୭-ଜି-୭୬୨୧)କୁ ଧକ୍କା ଦେଇଥିଲା। ଟ୍ରକ୍‌ର ଚକ ସ୍କୁଟି ଉପରକୁ ଚଢ଼ିଯାଇଥିଲା। ଚାଳକ ଜଣକ ସ୍କୁଟି ସହ ଟ୍ରକ୍‌ ଚକତଳେ ଫସିଯାଇଥିଲେ। ଟ୍ରକ୍‌ ଧକ୍କାରେ ସ୍କୁଟିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ସ୍କୁଟି ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଂଚାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇ ଉଦ୍ଧାର ପାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳବାସୀ କିଛି ସମୟ ଧରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳକୁ ପୁଲିସ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe