ସମ୍ବଲପୁର: ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ନାଗରିକ ଯୋଗାଣ ଅଧିକାରୀ(ସିଏସ୍ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସମ୍ପତ୍ତି ଉପରେ କରାଯାଇଥିବା ଅନୁସନ୍ଧାନକୁ ଭିତ୍ତି କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ତାଙ୍କ ନାମରେ ୨ ଟି କୋଠା, ୪ ଏକର ଜମିରେ ନିର୍ମିତ ହୋଇଥିବା ଫାର୍ମ ହାଉସ୍ରେ ୫୦୦ଟି ଟିକ୍ ଗଛ ରହିଛି। ଏହା ସହିତ ୧୯ଟି ପ୍ଲଟ୍ ମଧ୍ୟରୁ୩ଟି ଭୁବନେଶ୍ବରରେ ଏବଂ ୪ଟି ସମ୍ବଲପୁରରେ ରହିଛି। ଏହା ସହିତ ୪ଟି ପ୍ଲଟ୍ ବଲାଙ୍ଗୀରରେ ଏବଂ ୧୧ଟି ବରଗଡ ଜିଲ୍ଲାରେ ରହିଛି।
ତାଙ୍କ ନାମରେ ୧.୭୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବାବେଳେ ନଗଦ ୧.୪୯ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ତାଙ୍କ ପାଖରେ ଏସବୁ ସମ୍ପତ୍ତି କେଉଁଠାରୁ ଆସିଲା ତାହାର ସେ ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି ନ ଥିଲେ।
ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ପୁଣି ବାତ୍ୟା: ୨୬ ତାରିଖ ବେଳକୁ ସୃଷ୍ଟିହେବା ସମ୍ଭାବନା
ଏହା ପରେ ସୁରେଶ କୁମାର ପାଣିଗ୍ରାହୀ ସିଏସଓକୁ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପିଏସରେ ମାମଲା ନମ୍ବର ୨୭/୨୦୨୪ ତାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି।
ମାମଲାର ତଦନ୍ତ ଚାଲିଛି।
ଅଧିକ ପଢ଼ନ୍ତୁ: ଅଜଣା ଗାଡ଼ି ଧକ୍କାରେ କନଷ୍ଟେବଳ ମୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/21/YZkF8Pn5KzSb10VJCfE6.jpeg)