ଚୋର ଗିରଫ, ୧୯ ମୋବାଇଲ ଜବତ

Advertisment
ଚୋର ଗିରଫ, ୧୯ ମୋବାଇଲ ଜବତ

Sambad

ରାୟଗଡା: ରାୟଗଡାରେ ଦିନକୁ ଦିନ ଚୋରି ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ତେବେ ରାୟଗଡା ଥାନା ପକ୍ଷରୁ ଏନେଇ ବ୍ୟାପକ ଚଢଉ ଜାରି ରହିଛି। ଘରେ କେହି ନଥିବା ବେଳେ ଚୋର କଳାକନା ବୁଲାଉଥିବା ପ୍ରାୟତଃ ପ୍ରତିଦିନ ଶୁଣିବାକୁ ମିଳୁଛି। ତେବେ ଏଠାରେ ମୋବାଇଲ ଚୋରଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। ଗତକାଲି କପିଳାସ ଛକର ଏମ୍‌. ପଟ୍ଟନାୟକ ସାଇ ନାମକ ବ୍ୟକ୍ତି ରାୟଗଡା ଥାନାରେ ଏତଲା ଦେଇଥିଲେ ଯେ ଜିଲ୍ଲା ହସ୍ପିଟାଲରେ କେହି ଦୁର୍ବୃତ୍ତ ତାଙ୍କର ମୋବାଇଲ ଚୋରି କରି ନେଇ ଯାଇଛି। ତୁରନ୍ତ ପୁଲିସ ଜିଲ୍ଲା ହସ୍ପିଟାଲର ସିସିଟିଭି ସହ କିଛି ସୂଚନାଦାତାଙ୍କ ସହ କଥାବାର୍ତ୍ତା କରି ଚୋରକୁ କାବୁ କରିବାରେ ସଫଳ ହୋଇଥିଲା। ଜିଲ୍ଲା ହସ୍ପିଟାଲରୁ ହିଁ ଚୋର ମୋବାଇଲ ଚୋରି କରୁଥିବା ପୁଲିସ ଜାଣି ପାରିଥିଲା।

ସେଠାରେ ଆଜି ପୁଲିସ ଚୋରକୁ ଧରିବା ପାଇଁ ଛକି ରହିଥିଲା। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ସୋଡାବାଡି ଗ୍ରାମର ଗୁରୁନାଥ ହାଲଵା(୩୦)କୁ ପୁଲିସ କାବୁ କରିଥିଲା। ଗୁରୁନାଥ ପୁଣି ହସ୍ପିଟାଲରୁ ମୋବାଇଲ ଚୋରି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ କାବୁ କରି ପଚରାଉଚରା କରିବା ପରେ ତା’ ଠାରୁ ବିଭିନ୍ନ ନାମିଦାମୀ କମ୍ପାନିର ୧୯ଟି ଏନଡରୋଏଡ ମୋବାଇଲ ଜବତ କରିଥିଲା। ଆଜି ପୁଲିସ ଚୋରକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି। ତେବେ ଏହି ଘଟଣାର ଅଧିକା ତଦନ୍ତ କରୁଛନ୍ତି ଏସଆଇ କ୍ଷୀରସିନ୍ଧୁ ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe