ହତ୍ୟା ମାମଲା: ପିତୃହନ୍ତା ପୁତ୍ରକୁ ସାତ ବର୍ଷ ଜେଲ

Advertisment
ମେଡିକାଲ କଲେଜରେ ନାମଲେଖା ନାମରେ ଠକେଇ ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍

Image Courtesy of The Indian Express

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ହଁସପୁର ଧୂଷୁରୀ ଗ୍ରାମର ବୃନ୍ଦାବନ କବିଙ୍କର ଦୁଇ ପୁତ୍ର ମଧ୍ୟରେ ଜମିବାଡ଼ି ଭାଗବଣ୍ଟା ସରିଯାଇ ଥିବା ସରୁ ସିଂହ ପୁଅ ଧୀରେନ ଚିହ୍ନଟ ପୈତୃକ ଭାଗ ଜମି ଉପରେ ଏକ ପକ୍କା ଘର ନିର୍ମାଣ କରି କାନ୍ଥ ପ୍ଲାଷ୍ଟର କରିବା ପାଇଁ ମିସ୍ତ୍ରୀ ଡକାଇ ସକାଳ ଗତ ୨୨ତାରିଖରେ ବାଉଁଶ ପୋତୁଥିଲା। ଧୀରେନର ପତ୍ନୀ କଳାବତୀ ସେଠାରେ ଛିଡ଼ା ହୋଇ ଦେଖୁଥିବା ବେଳେ ବଡ଼ ପୁଅ ଜିତେନ କବି ତାକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତାକୁ ମାରପିଟ କରିଥିଲା। ସେତେବେଳେ ପିତା ବୃନ୍ଦାବନ କବି ସେଠାରେ ପହଞ୍ଚି ଅଟକାଇବା ପାଇଁ ଚେଷ୍ଟା କରିବାରୁ ବଡ଼ ପୁଅ ଜିତେନ ତାଙ୍କୁ ଶାବଳରେ ପିଟି ରକ୍ତାକ୍ତ କରି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯିବା ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ମା’ ପ୍ରମିଳା କବିଙ୍କ ଲିଖିତ ଅଭିଯୋଗକ୍ରମେ ଧୂଷୁରୀ ଥାନା କେସ ନମ୍ବର ୨୦୮/୨୦୧୯ରେ ଦଫା ୩୦୭ରେ ମାମଲା ରୁଜୁ କରି ଜତିନଙ୍କୁ ଗିରଫ କରାଯାଇ କୋର୍ଟ ପଠା ଯାଇଥିଲା। ପରେ ବୃନ୍ଦାବନଙ୍କର ମୃତ୍ୟୁ ହୋଇଯିବା ପରେ ପୁଲିସ ୩୦୭ ଦଫାରୁ ୩୦୨, ଦଫା ପରିବର୍ତ୍ତନ କରିଥଲା। ସେହିଦିନ ଠାରୁ ଯେଉଁ ଜେଲରେ ଅଟକ ଥିଲା। ଆଜି ଶୁଣାଣି ପରେ ଅଭିଯୁକ୍ତଙ୍କର ହତ୍ୟା କରିବାର ଉଦ୍ଦେଶ୍ୟ ନଥିବାର ଅନୁଭବ କରି ତାକୁ ୩୦୪ (କ) ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି। ତେବେ ଯତିନ ନିଜର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାରୀ ଖର୍ଚ୍ଚରେ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କୁ ଓକିଲ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe