ଦୁଷ୍କର୍ମ ମାମଲାରେ ଅଭି‌ଯୁକ୍ତ ନିର୍ଦ୍ଦୋଷରେ ଖଲାସ

Advertisment
ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ବର୍ଷ ଜେଲ, ୨୧ ହଜାର ଜରିମାନା

Image Source: Deccan Herald

ଜୟପୁର: କୋଟପାଡ଼ ଥାନା ଅଞ୍ଚଳରେ ଗତ ୨୦୧୮ମସିହାରେ ହୋଇଥିବା ଗୋଟିଏ ଦୁଷ୍କର୍ମ ମାମଲାରେ ପୁଲିସ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଦେଇ ନ ପାରିବାରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ଭାସ୍କର ପୁଜାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୮ମସିହା ଏପ୍ରିଲ ୪ତାରିଖ ଦିନ କୋଟପାଡ଼ ଥାନା ଅଞ୍ଚଳର ଜୈନେକା ନାବାଳିକାଙ୍କୁ ଅଭିଯୁକ୍ତ ଭାସ୍କର ପୁଜାରୀ ପ୍ରେମସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଭାସ୍କର ବିବାହିତ ହେବା ସତ୍ବେ ସେ ନାବାଳିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ। ପରିବାରବର୍ଗ ଜାଣିବା ପରେ ଅଭିଯୁକ୍ତଙ୍କୁ ପଚାରିବାରେ ସେ ଏସଂପର୍କରେ କିଛି ଜାଣି ନଥିବା କହିଥିଲେ।

ନାବାଳିକାଙ୍କ ପରିବାରବର୍ଗ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା କରାଇବାରେ ସେ ୭ମାସର ଗର୍ଭବତୀ ଥିବା କହିଥିଲେ। ବାଧ୍ୟ ହୋଇ ନାବାଳିକା ଜଣକ ଏହି ଗର୍ଭକୁ ରଖିବା ସହ କୋଟପାଡ଼ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ମ‌ାମଲା କୋର୍ଟରେ ବିଚାର ଚାଳିବା ସମୟରେ ନାବାଳିକା ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ମାମଲାରେ କୋର୍ଟରେ ୯ଜଣଙ୍କର ସାକ୍ଷ୍ୟ ନିଆଯାଇଥିଲା। ପୁଲିସର ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସାସମଲ ଅଭିଯୁକ୍ତ ଭାସ୍କର ପୁଜାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପିଣ୍ଟୁ ମାଝୀ, ରାଜକିଶୋର ପାତ୍ର, ଉମାକାନ୍ତ ସାହୁ ଓ ତାଙ୍କ ସହଯୋଗୀ ଡି. ଶେଷଗିରୀ ରାଓ, ରବି ମାଝୀ, ସନ୍ତୋଷ ସାମଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe