ବୌଦ୍ଧ: ପ୍ରବଳ ବ‌ର୍ଷାରେ ପୋଖରୀ ଘାଇ ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ

Advertisment
ବୌଦ୍ଧ: ପ୍ରବଳ ବ‌ର୍ଷାରେ ପୋଖରୀ ଘାଇ ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ

ହରଭଙ୍ଗା:  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗାଁ ଉପର ମୁଣ୍ଡରେ ଥିବା ପୋଖରୀ (ମୁଣ୍ଡାବନ୍ଧ)ର ଘାଇ ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଧାନଗଛ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବାନୁ ମତେ ଗତ ୨୦୨୦ ମସିହାରେ ଏହି ବନ୍ଧର ଖନନ କାର୍ଯ୍ୟ କରାଯାଇ ହୁଡାରେ ମାଟି ପକାଯାଇଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ଶେଷ ଓ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପୁନର୍ବାର ଜେସିବି ମେସିନ ଓ ଟ୍ରାକ୍ଟର ଦ୍ୱାରା ଅଳ୍ପ କିଛି ମାଟି ଖୋଲାଇ ବନ୍ଧ ହୁଡାରେ ପକାଇ କାମ ସାରିଦେଇଥିଲେ। ଫଳରେ ଲଗାଣ ବର୍ଷାରେ ବନ୍ଧର ଘାଇ ଭାଙ୍ଗି ଯିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଘାଇ ଭାଙ୍ଗିବା ଫଳରେ ଭଗାମୁଣ୍ଡା ଗ୍ରାମର ସୁଦେଷ୍ଣା ସାହୁ ଓ ସୁଶାନ୍ତ ସାହୁଙ୍କ ୩ଏକର ୬୦ ଡେସମିଲ ଚାଷ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାବ୍ୟତୀତ ଗ୍ରାମର ସୁଲୋଚନା ସାହୁ , ବଳରାମ ସାହୁ, ପ୍ରଦୀପ ସାହୁ, ଲୋଚନ ମାହାର , ପିତାମ୍ବର ମାହାର, ଚୈତନ୍ୟ ମାହାରଙ୍କ ଧାନ ଫସଲ ମଧ୍ୟ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ବନ୍ଧ ଖନନ କାର୍ଯ୍ୟକୁ ଭଲଭାବେ ମରାମତି କରାନଯାଇ ଚଞ୍ଚକତା କରି ବିଲ ପୈଠ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ଅଭିଯୋଗ କରି କ୍ଷତିଗ୍ରସ୍ତ ଚାଷୀ ପରିବାର ଏହାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବା ସହିତ ନଷ୍ଟ ହୋଇଥିବା ଫସଲର ଆର୍ଥିକ କ୍ଷତିପୂରଣ ଯୋଗାଇ ଦେବା ଓ ବାଲିଚର ହୋଇଥିବା ଜମି ଗୁଡିକର ପୁନଃରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe