ଝଲସୁଛି ଜାନକୀ ବଲ୍ଲଭ ଉଦ୍ୟାନ: ନୂଆବର୍ଷରେ ଦୋଳି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

Advertisment
ଝଲସୁଛି ଜାନକୀ ବଲ୍ଲଭ ଉଦ୍ୟାନ: ନୂଆବର୍ଷରେ ଦୋଳି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

ଖୋର୍ଦ୍ଧା: ଦିନକ ପରେ ପଦାର୍ପଣ କରିବ ନୂଆବର୍ଷ। ନୂତନବର୍ଷର ନୂଆ ସମ୍ଭାରକୁ ପାଳନ କରିବା ପାଇଁ ଚାରିଆଡ଼େ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧାର ଜାନକୀ ବଲ୍ଲଭ ଉଦ୍ୟାନ ବି ସଜେଇ ହେଲାଣି। ବିଭିନ୍ନ ପ୍ରକାର ଆଲୋକମାଳାରେ ଝଲସି ଉଠିଲାଣି ଉଦ୍ୟାନ ପରିସର। କେବଳ ସାଜସଜ୍ଜା ନୁହେଁ, ପାର୍କରେ ଆମୋଦପ୍ରମୋଦକୁ ଆହୁରି ବହୁ ଗୁଣିତ କରିବା ପାଇଁ ପାର୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ କରାଯାଇଛି। ତା’ ସହିତ ମ୍ୟୁଜିକ୍‌ ସୋ’ ଲୋକଙ୍କୁ ମନୋରଞ୍ଜନ ପାଇଁ ଖୋରାକ୍‌ ଯୋଗାଇବ ବୋଲି ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ବିଶେଷ କରି ମହିଳା ଏବଂ ଛୋଟ ପିଲାଙ୍କ ପାଇଁ ପାର୍କରେ ଦୋଳି ଏବଂ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଇଛି। ଏହାକୁ ଭରପୁର ଉପଭୋଗ କରିବାକୁ ଟ୍ରଷ୍ଟର ସମ୍ପାଦକ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe