ଅଧାପନ୍ତରିଆ ଅବସ୍ଥାରେ କଲଭର୍ଟ ଓ ରାସ୍ତା, ଗୋଟିଏ କିଲୋମିଟର ପାଇଁ ବୁଲିବାକୁ ପଡ଼ୁଛି ୭ କିଲୋମିଟର

ଅଧାପନ୍ତରିଆ ଅବସ୍ଥାରେ  କଲଭର୍ଟ ଓ ରାସ୍ତା, ଗୋଟିଏ କିଲୋମିଟର ପାଇଁ ବୁଲିବାକୁ ପଡ଼ୁଛି ୭ କିଲୋମିଟର

Sambad

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଯିବାକୁ ପଡ଼େ ସାତ କିଲୋମିଟର। ପାଞ୍ଚଖଣ୍ଡ ଗାଆଁର ଲୋକଙ୍କୁ ପିଡିଏସ ଚାଉଳ, ଭତ୍ତା ତଥା ଡାକ୍ତରଖାନାକୁ ଯିବାକୁ ହେଲେ ପାଖ ପଞ୍ଚାୟତ ବାଲିଗାଁ ଦେଇ ଯିବାକୁ ପଡ଼େ। ଛାତ୍ରଛାତ୍ରୀ ମାନଙ୍କୁ ବର୍ଷକରେ ବର୍ଷା ଦିନେ ତିନି ମାସ ସ୍କୁଲ ବନ୍ଦ। ଆଜିକୁ ଚାରିବର୍ଷ ତଳେ ପକା ରାସ୍ତା ସହ ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଲୋକଙ୍କ ଯାତାୟତ ସୁବିଧା ପାଇଁ କଲଭର୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ସେହି ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ। ଏହିପରି ଏକ ଚିତ୍ର ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟିପାଗୁଡା ଠାରୁ ଡାଳଭଟା ରାସ୍ତାରେ।

ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପୋଡ଼ା ପଞ୍ଚାୟତର ବଣୁଆଗୁଡା, ଡାଳଭଟା, ବୋରାଗୁଡା, କଡିକିଆଗୁଡା, ସିରାଗୁଡା ଗାଁ ଲୋକଙ୍କ ଯାତାୟତ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସହ କଲଭର୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବିଷୟ ପ୍ରଶାସନର ଅବହେଳା ଯୋଗୁଁ ଏହି ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ। ଯାହାଦ୍ବାରା କି ହନ୍ତସନ୍ତ ହେଉଛନ୍ତି ନାଳ ଆରୋପଟେ ଥିବା ପାଞ୍ଚ ଖଣ୍ଡ ଗାଁ ଲୋକେ। ଅତିଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ଏହି ଘଟଣାର ବିଷୟରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କୁ ପଚାରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଯଥାଶୀଘ୍ର ନେବେ ବୋଲି ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe