ଧୋଇଗଲା ନାଳର କଲଭର୍ଟ: ଷ୍ଟେସନ ଯିବାକୁ ଲୁହାପାଇପ୍‌ ଭରସା

Advertisment
ଧୋଇଗଲା ନାଳର କଲଭର୍ଟ: ଷ୍ଟେସନ ଯିବାକୁ ଲୁହାପାଇପ୍‌ ଭରସା

ରାଉରକେଲା: ୧୦ ମିନିଟ୍‌ରେ ପହଞ୍ଚୁଥିଲେ ବୀରମିତ୍ରପୁର ଷ୍ଟେସନ। ଏବେ ବୁଲିବାକୁ ପଡ଼ୁଛି ୫ କିଲୋମିଟର। ମାସେ ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଯାତାୟତରେ ଏଭଳି ସମସ୍ୟା ଭୋଗୁଛନ୍ତି ବୀରମିତ୍ରପୁର ପୌରପାଳିକା ଅନ୍ତର୍ଗତ ୧ ନଂ ୱାର୍ଡବାସିନ୍ଦା। ପ୍ରତିଦିନ ଶହ ଶହ ଲୋକ ଏଭଳି ବିପଦସଙ୍କୁଳ ସ୍ଥିତିରେ ଯିବାଆସିବା କରୁଛନ୍ତି। ବାଧକ ସାଜିଛି ଷ୍ଟେସନ ଯିବା ରାସ୍ତାର ନାଳ। କାରଣ ନାଳ ଉପରେ ନିର୍ମାଣ ହୋଇଥିବା କଲର୍ଭଟ ବର୍ଷା ପାଣିରେ ଗତ ଦୁଇ ବର୍ଷ ତଳେ ଧୋଇଯାଇଛି।

ଥରେ କି ଦୁଇଥର ନୁହେଁ ଏକାଧିକବାର ୱାର୍ଡବାସିନ୍ଦା ପୌରପାଳିକାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ‌ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଖରା ଦିନେ ଲୋକମାନେ ନାଳ ଭିତରେ ପଶି ଷ୍ଟେସନକୁ ଯାଉଛନ୍ତି। ବର୍ଷା ଦିନ ଆସିଲେ କିଛି ଲୋକ ପ୍ରାୟ ୫ କି.ମି. ଦୂର ବୁଲି ଷ୍ଟେସନକୁ ଯାଉଛନ୍ତି। ଆଉ କିଛି ଲୋକ ଲୁହାପାଇପ ଉପରେ ବିପଜ୍ଜନକ ଭାବେ ଯିବା ଆସିବା କରୁଛନ୍ତି। ପଡ଼ିଯିବାର ଭୟ ଥିବାରୁ ମହିଳାମାନେ ପାଣି ଭିତରେ ପଶି ନାଳ ପାରି ହେଉଛନ୍ତି। ତୁରନ୍ତ କଲର୍ଭଟ ନିର୍ମାଣ କରିବାକୁ ୱାର୍ଡବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe