ସିଓୟୁ ନାମରେ ନକଲି ନୋଟିସ, ଥାନାର ଦ୍ବାରସ୍ଥ ହେବେ କର୍ତ୍ତୃପକ୍ଷ

ସିଓୟୁ ନାମରେ ନକଲି ନୋଟିସ, ଥାନାର ଦ୍ବାରସ୍ଥ ହେବେ କର୍ତ୍ତୃପକ୍ଷ

photo-new indian express

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାମରେ ନକଲି ନୋଟିସ ନେଇ ଥାନାର ଦ୍ବାରସ୍ଥ ହେବେ କର୍ତ୍ତୃପକ୍ଷ। ଆଜିଠୁ ବିଶ୍ବବିଦ୍ୟାଳୟ ଖୋଲୁଥିବା ଦର୍ଶାଇ ସାମାଜିକ ଗଣମାଧ୍ୟମରେ ଏକ ନୋଟିସ ଭାଇରାଲ ହେଉଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଗଣମାଧ୍ୟମକୁ ସ୍ପଷ୍ଟିକରଣ ‌ଦେଇଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କରୋନା ହେତୁ ବନ୍ଦ ରହିଥିବା ବିଶ୍ବବିଦ୍ୟାଳୟ ୫ ତାରିଖରୁ ଖୋଲିବା ନେଇ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତଙ୍କୁ ନକଲ କରି କିଛି ଦୁର୍ବୁତ୍ତ ବିଶ୍ୱବିଦ୍ୟାଳୟ ପରିସର ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବା ନେଇ ଏକ ନୋଟିସ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ |

ତେଣୁ ବିଶ୍ୱବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ ଏନେଇ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଛାତ୍ରଛାତ୍ରୀମାନେ କୌଣସି ନକଲି ନୋଟିସକୁ ଧ୍ୟାନ ଦିଅନ୍ତୁ ନାହିଁ । ଏ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।

ପରିସ୍ଥିତିକୁ ଦୁଷ୍ଟିରେ ରଖି ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଗଲେ ତାହା ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ ଓ ଗଣମାଧ୍ୟମ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିବାବକମାନଙ୍କୁ ଜଣ।ଇଦିଆଯିବ। ସୂଚନାଥାଉ କି ଯେ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ନିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe