ସହଦେବଖୁଣ୍ଟାରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ସହଦେବଖୁଣ୍ଟାରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ଵର:ବାଲେଶ୍ଵରରେ ଆସନ୍ତାକାଲିର କର୍ଫ୍ୟୁ ଗାଇଡ଼ଲାଇନ ଜାରି ହୋଇଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସେହିପରି ଟାଉନ ଥାନା ଅନ୍ତର୍ଗତ ଅଞ୍ଚଳ ସକାଳ ୫ଟାରୁ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ମୋବାଇଲ ଇଣ୍ଟରନେଟ ବ୍ୟତୀତ ସମସ୍ତ ଇଣ୍ଟରନେଟ ସେବା ଚାଲୁ କରାଯିବା ପାଇଁ ଗୃହ ବିଭାଗରୁ ଅନୁମୋଦନ ଆସିଛି।

ଖୁବ୍ ଶୀଘ୍ର ସେବା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ଅନ୍ୟପଟେ ଏସ୍ପି ସୂଚନା ଦେଇଛନ୍ତି ଯେ ଗୋଷ୍ଠୀ ସଂଘର୍ଷ ମାମଲାରେ ୭୫ଜଣ ଗିରଫ ହୋଇଥିବାବେଳେ ୧୯ଟି ମାମଲା ରୁଜୁ ହୋଇଛି।ସମ୍ବେଦନଶୀଳ ଅଞ୍ଚଳରେ ସରଭିଲାନ୍ସ ରହିଛି। ସୋସିଆଲ ମିଡିଆରେ ଗୁଜବକ।ରୀଙ୍କ ଉପରେ ନଜର ରଖିବାକୁ ସାଇବର ପାଟ୍ରୋଲିଂ ଜାରି ରହିଛି। ଏ ନେଇ ଏକ ମାମଲା ପୁଲିସ ନଜରକୁ ଆସିଥିବା କହିଛନ୍ତି ଏସପି ସାଗରିକ। ନାଥ। ଏହା ସହ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe