୨୫ ଶିଶୁଙ୍କ ବକ୍ରପାଦ ଅସ୍ତ୍ରୋପଚାର

Advertisment
୨୫ ଶିଶୁଙ୍କ ବକ୍ରପାଦ ଅସ୍ତ୍ରୋପଚାର

ମାଲକାନଗିରି: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ୨୫ଜଣ ଜନ୍ମଗତ ବକ୍ରପାଦ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଛି। ମାଲକାନଗିରି ସ୍ଥିତ ଜିଲ୍ଲା ମେଡିକାଲରେ ପ୍ରାୟ ୬୦ ଜଣ ଜନ୍ମଗତ ବକ୍ରପାଦ ଅସ୍ତ୍ରୋପ୍ରଚାର ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅସ୍ତ୍ରୋପ୍ରଚାର କରାଯିବ ବୋଲି ଡାକ୍ତରଙ୍କ ତରଫରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ପୌରଧ୍ୟକ୍ଷା ରାଜୱନ୍ତ କୌର ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଡିଏମଓ ଅମରେନ୍ଦ୍ରନାଥ ମହାନ୍ତି, ଏଡିଏମଓ ବି.ବି ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଓଲଟପୁର ଭିନ୍ନକ୍ଷମ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରାଯାଇଥିଲା। ସେହିପରି ୯ ଜଣଙ୍କ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର ପାଇଁ କଟକ ପଠାଯିବ ବୋଲି ଜଣାପଡିଛି। ୪ଜଣ ଡାକ୍ତର ଡ.କିଶୋର ମାଲହୋତ୍ରା, ଡ.ସଂଜୟ କୁମାର ଦାସ, ଡ.ପବିତ୍ର କୁମାର ଦାସ, ଡ.ନରେନ୍ଦ୍ର ବେହେରା ଏହି ଅସ୍ତ୍ରୋପଚାର କରିଥିବା ବେଳେ ୧୨ଜଣ ନର୍ସ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe