Outlook India
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ଗ୍ରାହକ ସେବା କେନ୍ଦ୍ର ପରିଚାଳନା କରୁଥିବା ଜଣେ ଯୁବକ ନିଜ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆଲୋକ କୁମାର ଘୋଷ।
ସୂଚନା ଅନୁସାରେ କାଲିମେଳା ମୁଖ୍ୟ ବଜ଼ାର ମଧ୍ୟରେ ଥିବା ନିଜ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଆଲୋକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା କଥା ପୁଲିସକୁ କହିଛନ୍ତି। ଯୁବକ ଜଣକ ନିଜ ଘରେ ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ର ପରିଚାଳନା କରୁଥିଲେ। ଗତକାଲି ସ୍ତ୍ରୀ ଓ ଏକମାତ୍ର ଝିଅକୁ ଏମ୍ଭି-୭୯ରେ ଥିବା ଶଶୁର ଘରକୁ ପଠାଇ ଦେଇଥିଲେ। ଆଜି ସକାଳୁ ପୁଲିସ ଘଟଣାସ୍ଥଳକୁ ଆସିବା ପୂର୍ବରୁ ପରିବାର ଲୋକ ଶବକୁ ତଳକୁ ଓହ୍ଲାଇ ଦେଇଥିବାରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। କାଲିମେଳା ପୁଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି।
  
 Follow Us