ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ବ୍ୟବସାୟୀ; ଜାଣନ୍ତୁ ଏହି ମାସ୍କ ମୂଲ୍ୟ କେତେ ଓ ତିଆରି କରିବାକୁ କେତେ ଦିନ ଲାଗିଥିଲା

Advertisment
ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ବ୍ୟବସାୟୀ; ଜାଣନ୍ତୁ ଏହି ମାସ୍କ ମୂଲ୍ୟ କେତେ ଓ ତିଆରି କରିବାକୁ କେତେ ଦିନ ଲାଗିଥିଲା

କଟକ: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏହାପରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ମାସ୍କ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଭଳି ସମୟରେ କଟକ ବକ୍ସିବଜାର ବେପାରୀ ସାହିର ଜଣେ ବ୍ୟବସାୟୀ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

କଟକରେ ବସବାସ କରୁଥିବା ଏହି ବ୍ୟବସାୟୀଙ୍କ ନାମ ଆଲୋକ ମହାନ୍ତି। ତାଙ୍କର କଟକରେ ଫର୍ଣ୍ଣିଚର ବ୍ୟବସାୟ ରହିଛି। ନିକଟରେ ପୁଣେସ୍ଥିତ ପିମ୍ପରି-ଚିଞ୍ଚୱାଡ୍‌ ଅଞ୍ଚଳର ଜଣେ ବ୍ୟକ୍ତି ସୁନାର ମାସ୍କ ତିଆରି କରି ପିନ୍ଧିଥିଲେ । ଏହି ମାସ୍କକୁ ଦେଖି ଆଲୋକ ମହାନ୍ତିଙ୍କର ବି ଏଭଳି ସୁନାର ମାସ୍କ ପିନ୍ଧିବାକୁ ଅଭିଳାଷ ଜାତ ହୋଇଥିଲା। ଏହାପରେ ସେ ଜଣେ କାରିଗରକୁ ସୁନାର ମାସ୍କ ତିଆରି କରିବାକୁ ଅର୍ଡର ଦେଇଥିଲେ। କଟକର କାରିଗର ଏହାକୁ ମୁମ୍ବାଇରେ ପ୍ରସ୍ତୁତ କରାଇ ଆଣିଛନ୍ତି। ମାସ୍କ ତିଆରି କରିବାକୁ ସୁନା କାରିଗରଙ୍କୁ ୨୨ଦିନର ସମୟ ଲାଗିଥିବା ବେଳେ ଏଥିପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

publive-image

ଆଲୋକ ମହାନ୍ତି ସୁନା ମାସ୍କ ପିନ୍ଧିବାକୁ ନେଇ କହିଛନ୍ତି, ସୁନା ପିନ୍ଧିବାତାଙ୍କର ସଉକ । ଦୀର୍ଘ ୪୦ ବର୍ଷ ଧରି ସେ ସୁନା ପିନ୍ଧି ଆସୁଛନ୍ତି। ସେଥିପାଇଁ କରୋନା ମହାମାରୀ ସମୟରେ ସୁନାର ମାସ୍କ ତିଆରି କରି ପିନ୍ଧିବା ପ୍ରତି ତାଙ୍କର ରୁଚି ବଢ଼ିଥିଲା। ଏହି ମାସ୍କଟି ସମ୍ପୂର୍ଣ୍ଣ ସୁରକ୍ଷିତ । ଯାହାକୁ ଥରେ ପିନ୍ଧିବା ପରେ ସାନିଟାଇଜ କରି ପୁଣି ଥରେ ବ୍ୟବହାର କରାଯାଇ ପାରିବ। ଏଥିସହିତ ଆଲୋକ ମହାନ୍ତି ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ଘରୁ ନ ବାହାରିବା ପାଇଁ ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe