୧୮ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୧୧୫ ଜଣ କରୋନା ଆକ୍ରାନ୍ତ

Advertisment
୧୮ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୧୧୫ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୧୮ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜଣ ପୁଲିସ କର୍ମଚାରୀ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ ଜଣଙ୍କ ସମେତ ୧୩ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସଂଗରୋଧରୁ ମୋଟ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୩୬ ଜଣ ଗୃହ ସଂଗରୋଧରୁ ଅଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୧୯୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୧୩୫ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୮୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ଆଜି ମୋଟ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮ ଜଣ ପୁରୁଷ ଥିବା ବେଳେ ୧୬ ଜଣ ହେଉଛନ୍ତି ମହିଳା।

publive-image

ଗୃହ ସଂଗରୋଧରୁ ଚିହ୍ନଟ ୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମାଛୁଆ ବଜାରରୁ ଅଛନ୍ତି ୧୧ ଜଣ। ଏଥିରେ ୮ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ। ବାଉଁଶ ଗଳିରୁ ୪ ଜଣ ପୁରୁଷଙ୍କ ସମେତ ୧୦ ଜଣ, ହରିପୁରରୁ ୫ ଜଣ ପୁରୁଷ ଓ ଅନ୍ୟ ୫ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବକ୍ସିବଜାର, କାଠଗଡ଼ାସାହି, ସୂତାହାଟ, ସାମନ୍ତସାହି ଓ ମଧୁପାଟଣାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ମୋଟ ୨୮ ଜଣ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ନୟାସଡ଼କରୁ ୩ ଜଣ, ଲିଙ୍କ ରୋଡ଼ ଶକ୍ତିନଗର, ଚାଉଳିଆଗଂଜରୁ ୨-୨ ଜଣ, ସେଲଟର ଛକ, ସୂତାହାଟ, ରାଜେନ୍ଦ୍ରନଗର, ଦରଘା ବଜାର, ଚାଉଳିଆଗଂଜ, ହିରାପୁର, ମୋଚୀ ସାହି, ଛତ୍ର ବଜାର, କଲେଜ ଛକ, ପ୍ରଫେସର ପଡ଼ା, ଯୋବ୍ରା ତଳସାହି, ଦେଓ୍ଵାନବଜାର, ବିଦ୍ୟାଧରପୁର, ପ୍ରତାପ ନଗରୀ, ବକ୍ସିବଜାର, କନିକା ଛକ, ସିଡିଏ ସେକ୍ଟର-୧୦, ଚାନ୍ଦିନୀ ଛକ, ତେଲେଙ୍ଗା ବଜାର, ରାଣୀହାଟ, ନୟାବଜାର, ଶ୍ରୀ ବିହାର କଲୋନିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe